ଲଜ୍ଜାଜନକ ରେକର୍ଡ, ଖାତା ଖୋଲିପାରିଲେନି ୧୦ଜଣ ବ୍ୟାଟ୍ସମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଲଜ୍ଜାଜନକ ରେକର୍ଡ, ଖାତା ଖୋଲିପାରିଲେନି ୧୦ଜଣ ବ୍ୟାଟ୍ସମ୍ୟାନ୍

କୋଚି: ୦,୦,୦,୦,୦,୦,୦,୦,୦,୦! ସତରେ କ’ଣ ଏହା କ୍ରିକେଟରେ ସମ୍ଭବ, ଯେ ସମସ୍ତ ୧୦ ଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲି ପାରିବେନି। ହଁ, ଏହା ବାସ୍ତବରେ ଘଟିଛି। ମାଲାପୁରମ୍ ଜିଲ୍ଲାର ପେରିନ୍ଥାଲାମାନ୍ନା ଷ୍ଟାଡିୟମରେ ଚାଲିଥିବା ଆନ୍ତଃଜିଲ୍ଲା କ୍ରିକେଟ୍ ମ୍ୟାଚରେ ଏହି ଲଜ୍ଜାଜନକ ରେକର୍ଡ ଦେଖିବାକୁ ମିଳିଛି। ଏହି ଅଦ୍ଭୁତ ରେକର୍ଡ କରିଛି କସାରାଗୋଡ଼ ଅଣ୍ଡର-୧୯ ବାଳିକା ଟିମ୍। ୱେନାଡ ଟିମ୍ ବିପକ୍ଷ ଏହି ମ୍ୟାଚରେ କସାରାଗୋଡ଼ର ସବୁ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଛନ୍ତି।

କେବଳ ଏତିକି ନୁହେଁ, ସମସ୍ତ ୧୦ଜଣ ବ୍ୟାଟ୍ସମ୍ୟାନ୍ ଗୋଟିଏ ପ୍ରକାର ଆଉଟ୍ ହୋଇଥିଲେ। ସମସ୍ତେ କ୍ଲିନ୍ ବୋଲ୍ଡ ହୋଇଥିଲେ, ଯାହା କ୍ରିକେଟ୍ ଇତିହାସର ଏକ ବିରଳ ରେକର୍ଡ। ଅପରାଜିତ ଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। କସାରାଗୋଡ଼ ଟିମ୍ ଏହି ମ୍ୟାଚରେ ମାତ୍ର ୪ ରନ୍ କରିଥିଲା, ତା’ ପୁଣି ୱେନାଡ ବୋଲରଙ୍କ ସହଯୋଗ ଯୋଗୁ, ଯାହା ଅତିରିକ୍ତ ରନ୍ ଭାବେ ଆସିଥିଲା। ବିଜୟ ପାଇଁ ଧାର୍ଯ୍ୟ ୫ ରନକୁ ୱେନାଡ୍ ମାତ୍ର ୧ ଓଭରରେ ହାସଲ କରି ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କସାରାଗୋଡ଼ ଟିମର କ୍ୟାପଟେନ୍ ହୁଏତ କେବେବି ଏମିତି ଫଳାଫଳ କଥା ଭାବିନଥିବେ। ମ୍ୟାଚ୍ ଏମିତି ଚୁଟକିରେ ସରିବା ନେଇ ସେ ଆଦୌ ଅବଗତ ନଥିଲେ। କସାରାଗୋଡ଼ ଟିମର କ୍ୟାପଟେନ୍ ଏସ୍ ବୀକ୍ଷିତା ଓ ଏସ୍ ଚିତ୍ରା ପ୍ରଥମ ଦୁଇ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ, କିନ୍ତୁ ତୃତୀୟ ଓଭରରୁ ସ୍ଥିତି ଦୟନୀୟ ହେବାରେ ଲାଗିଥିଲା।



from Odisha Reporter http://bit.ly/2JoSDkK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages