
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା। ଜାତୀୟ ଗଣମାଧ୍ୟମ ‘ହିନ୍ଦୁସ୍ଥାନ ଟାଇମ୍ସ’କୁ ସାକ୍ଷାତକାର ଦେବା ବେଳେ ପରୋକ୍ଷରେ ଏହି ସୂଚନା ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ଚଳିତ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇଟି ଆସନରେ ନିର୍ବାଚନ ଲଢ଼ିଛନ୍ତି। ଗୋଟିଏ ୟୁପିର ଆମେଠି ଲୋକସଭା ଆସନ ଅନ୍ୟଟି କେରଳର ଓ୍ୱାଇନାଡୁ। ଯଦି ଦୁଇଟି ଯାକ ଆସନରେ ରାହୁଲ ଗାନ୍ଧି ବିଜୟ ହୁଅନ୍ତି ତାହେଲେ ଆମେଠି ଲୋକସଭା ଆସନ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପାଇଁ ଛାଡ଼ିବେ ବୋଲି ଜଣାପଡ଼ିଛି।
ଏହି ଆସନ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପାଖରୁ କଂଗ୍ରେସ ପାଖରେ ରହି ଆସିଛି। ଚଳିତଥର ରାହୁଲ ଗାନ୍ଧିଙ୍କ ବିପକ୍ଷରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ରହିଛନ୍ତି। ୨୦୧୪ ତୁଳନାର ଚଳିତ ଥର ସ୍ମୃତି ଇରାନୀ ଭଲ ରେଜଲ୍ଟ କରିବେ ବୋଲି ଆକଳନ ରହିଛି। ମେ ୨୩ରେ ଦେଶର ସମସ୍ତ ଆସନର ନିର୍ବାଚନ ଫଳାଫଳ ଘୋଷଣା ହେବ।
from Odisha Reporter http://bit.ly/2YFVg5z
No comments:
Post a Comment