ବୀରେନ୍ଦ୍ର ଲାକ୍ରାଙ୍କ ଗୋଲରେ ଜିତିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ବୀରେନ୍ଦ୍ର ଲାକ୍ରାଙ୍କ ଗୋଲରେ ଜିତିଲା ଭାରତ

ପର୍ଥ: ବିଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍‌। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହଙ୍କ ଗୋଲ ବଳରେ ଟିମ୍‌ ଇଣ୍ଡିଆ ଆଜି ଡବ୍ଲ୍ୟୁଏ ଥଣ୍ଡରଷ୍ଟିକ୍ସକୁ ୨-୦ ଗୋଲରେ ପରାସ୍ତ କରିଛି। ପର୍ଥର ହକି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଆରମ୍ଭରୁ ନିଜର ଦବଦବା ଦେଖାଇଥିଲା। ମ୍ୟାଚ୍‌ର ୨୩ ମିନିଟ୍‌ରେ ବୀରେନ୍ଦ୍ର ଲାକ୍ରା ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ମ୍ୟାଚ୍‌ର ୫୦ତମ ମିନିଟ୍‌ରେ ହରମନପ୍ରୀତ ସିଂହ ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରିଦେଇଥିଲେ।

ଟିମ୍ ଇଣ୍ଡିଆ ଆସନ୍ତା ୧୨ ଓ ୧୫ ତାରିଖରେ ଅଷ୍ଟ୍ରେଲିଆର ଜାତୀୟ ଟିମ୍ ସହ ମ୍ୟାଚ୍ ଖେଳିବ।

ଆଜିର ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ କ୍ୱାର୍ଟର୍‌ରେ ବେଶ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଉଭୟ ଦଳ ପାଇଁ ଏକାଧିକ ଗୋଲ କରିବାର ସୁଯୋଗ ସୃଷ୍ଟି ହୋଇଥିଲେ ହେଁ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଡେବ୍ୟୁଟାଣ୍ଟ ଜଶକରନ ସିଂହ ମ୍ୟାଚ୍‌ର ୫ମ ମିନିଟ୍‌ରେ ଗୋଲ କରିବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ। ହେଲେ ସେ ଗୋଲ କରିବାରେ ବିଫଳ ହୋଇଥିଲେ।

କିନ୍ତୁ ଲାକ୍ରା ୨୩ତମ ମିନିଟ୍‌ରେ ଏକ ଚମତ୍କାର ଫିଲ୍ଡ ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ହାଫ୍ ଟାଇମ୍ ପର୍ଯ୍ୟନ୍ତ ଭାରତ ୧-୦ର ଅଗ୍ରଣୀ ପାଇଥିଲା। ୩ୟ କ୍ୱାର୍ଟରରେ ଥଣ୍ଡରଷ୍ଟିକ୍ସ ବାରମ୍ବାର ଆକ୍ରମଣ କରିଥିଲା। ହେଲେ ଭାରତର ରକ୍ଷଣ ବିଭାଗ ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲା।

ମ୍ୟାଚ୍‌ର ୫୦ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଦେଇଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ ମେ’ ୧୦ରେ ଅଷ୍ଟ୍ରେଲିଆ ‘ଏ’କୁ ଭେଟିବ।



from Odisha Reporter http://bit.ly/2vN3CvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages