ମହଙ୍ଗା ପଡ଼ିଲା ବିବାହିତ ମହିଳାଙ୍କୁ ନେଇ ଫେରାର ହେବା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ମହଙ୍ଗା ପଡ଼ିଲା ବିବାହିତ ମହିଳାଙ୍କୁ ନେଇ ଫେରାର ହେବା ଉଦ୍ୟମ

ଧର(ମଧ୍ୟପ୍ରଦେଶ): ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ତାଙ୍କୁ ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ କିଛି ସହଯୋଗୀ ମିଶି ତାଙ୍କୁ ଓ ତାଙ୍କର ଦୁଇ ଜଣ ସମ୍ପର୍କୀୟ ଭଉଣୀଙ୍କୁ ଦୀର୍ଘ ଘଣ୍ଟା ଧରି ଗଛରେ ବାନ୍ଧି ମାଡ଼ ମାରିଛନ୍ତି। ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଏଭଳି ଘଟଣା ଘଟିଛି। ମାଡ଼ ଖାଇଥିବା ବ୍ୟକ୍ତି ଜଣଙ୍କ ଦୁଇ ଭଉଣୀଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ମହିଳାଙ୍କ ସ୍ୱାମୀ ଏହି ଦୁଇ ଭଉଣୀଙ୍କୁ ଯୌନ ନିର୍ଯାତନା ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଅର୍ଜୁନ କଲୋନୀରେ ରହୁଥିବା ମୁକେଶଙ୍କ ପତ୍ନୀଙ୍କୁ ମାଡ଼ ଖାଇଥିବା ବ୍ୟକ୍ତି ଜଣଙ୍କ ପ୍ରେମ କରୁଥିଲେ। ମହିଳା ଜଣଙ୍କ ମଧ୍ୟ ଏଥିରେ ରାଜି ଥିଲେ। ତେଣୁ ଗାଁ ଛାଡ଼ି ଉଭୟ ଫେରାର ହେବାକୁ ଯୋଜନା କରିଥିଲେ। ଏକଥା ମୁକେଶ ଜାଣିବା ପରେ ତାଙ୍କ ପତ୍ନୀଙ୍କ ପ୍ରେମିକଙ୍କୁ ଆଲୋଚନା ଓ ବୁଝାମଣା କରିବାକୁ ଘରକୁ ଡାକିଥିଲେ।

ହେଲେ ବୁଝାମଣା କରିବା ପରିବର୍ତ୍ତେ ମୁକେଶ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ଦୁଇ ଭଉଣୀଙ୍କୁ ଆକ୍ରମଣ କରିଥିଲେ। ଏପରି କି ତିନି ଜଣଙ୍କୁ ମୁକେଶ ଏବଂ ତାଙ୍କର ସହଯୋଗୀମାନେ ଏକ ଗଛରେ ବାନ୍ଧି ଦୀର୍ଘ ସମୟ ଧରି ମାଡ଼ ମାରିଥିଲେ। ଏହି ସମୟରେ ଗାଁ ଲୋକମାନେ କେବଳ ଦେଖଣାହାରୀ ସାଜିଥିଲେ। ଏହି ଘଟଣାରେ ମୁକେଶଙ୍କ ପରିବାର ଲୋକ ମଧ୍ୟ ସାମିଲ ଥିବା ପୁଲିସ୍‌ କହିଛି। ପୁଲିସ୍‌ ଏହି ଘଟଣାରେ ମୁକେଶଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।



from Odisha Reporter http://bit.ly/2w7ZNRH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages