
ନୂଆଦିଲ୍ଲୀ: ଅମିତ ଶାହଙ୍କ ରୋଡ୍ ଶୋ’ ବେଳେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଟିଏମସି କର୍ମୀ ଭାଙ୍ଗିଥିବା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ବିଜେପି ପଞ୍ଚ ଧାତୁରେ କରିବ ବୋଲି ମୋଦି କହିଥିଲେ।
ହେଲେ ଏହାର ଜବାବା ମମତା ଦେଇଛନ୍ତି। ସେ କହିଛନ୍ତି, “ପ୍ରତିମୂର୍ତ୍ତି ପାଇଁ ବିଜେପିର ଟଙ୍କା ବେଙ୍ଗଲକୁ ଦରକାର ନାହିଁ। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରହିଛି। ପ୍ରତିମୂର୍ତ୍ତି ଭାଙ୍ଗିବା ବିଜେପିର ପୁରୁଣା ରୋଗ। ପୂର୍ବରୁ ବିଜେପି ତ୍ରିପୁରାରେ ଏଭଳି ପ୍ରତିମୂର୍ତ୍ତି ଭାଙ୍ଗିଥିବାର ନଜିର ରହିଛି। ବିଜେପି ୨୦୦ ବର୍ଷ ତଳର ବେଙ୍ଗଲ ଐତିହ୍ୟକୁ ଭାଙ୍ଗି ଦେଇଛି। ଏହି ଦଳକୁ ଯିଏ ସମର୍ଥନ କରିବ, ତାକୁ ସମାଜ ଗ୍ରହଣ କରିବ ନାହିଁ।”
from Odisha Reporter http://bit.ly/2Q3AUjx
No comments:
Post a Comment