ରିଲିଜ୍‌ ହେଲା ‘କବୀର ସିଂହ’ର ଧମାକେଦାର ଟ୍ରେଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ରିଲିଜ୍‌ ହେଲା ‘କବୀର ସିଂହ’ର ଧମାକେଦାର ଟ୍ରେଲର

ମୁମ୍ବାଇ: ଶାହିଦ୍‌ କପୁର ଓ କିୟାରା ଆଡ୍‌ଭାନୀଙ୍କ ଫିଲ୍ମ ‘କବୀର ସିଂହ’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମଟି ଜଣେ ଜିଦିଆ ପ୍ରେମିକର କାହାଣୀ ଉପରେ ପର୍ଯ୍ୟବସିତ। ଫିଲ୍ମର ଟ୍ରେଲର ଖୁବ୍‌ ଧମାକେଦାର ହୋଇଛି।

ଟ୍ରେଲର ଦେଖିବା ପରେ ଜଣା ପଡ଼ୁଛି ଯେ, ‘କବୀର ସିଂହ’ରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ। ‘ଅର୍ଜୁନ୍‌ ରେଡ଼ୀ’ ଫିଲ୍ମର ପାଖାପାଖି ସବୁ ସିନ୍‌କୁ ଏହି ଫିଲ୍ମରେ ପୂରା କପି କରାଯାଇଛି। କିନ୍ତୁ ଶାହିଦ୍‌ ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ‘କବୀର ସିଂହ’ରେ ଯଥା ସମ୍ଭବ ପରିବର୍ତ୍ତନ କରାଯାଇଛି।

ବୋଧହୁଏ ଆପଣମାନେ ଜାଣିଥିବେ, ସନ୍ଦୀପ୍‌ ୱାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ‘କବୀର ସିଂହ’ ୨୦୧୭ର ତେଲୁଗୁ ବ୍ଲକ୍‌ବଷ୍ଟର ଫିଲ୍ମ ‘ଅର୍ଜୁନ୍‌ ରେଡ଼ୀ’ର ହିନ୍ଦୀ ରିମେକ୍‌। ସନ୍ଦୀପ୍‌ ମଧ୍ୟ ‘ଅର୍ଜୁନ୍‌ ରେଡ଼ୀ’ ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ।

ଟ୍ରେଲରରୁ ଜଣା ପଡ଼ୁଛି ଯେ, ନିର୍ଦ୍ଦେଶକ ସନ୍ଦୀପ୍‌ ୱାଙ୍ଗା ଅରଜିନାଲ୍‌ ଫିଲ୍ମ ‘ଅର୍ଜୁନ୍‌ ରେଡ଼ୀ’ର ଷ୍ଟୋରି ଲାଇନ୍‌, ସ୍କ୍ରିନ୍‌ ପ୍ଲେ, ଡାଏଲଗ୍‌, ଲୁକ୍‌ ଓ ବ୍ୟାକ୍‌ଗ୍ରାଉଣ୍ଡ୍‌ ସବୁକିଛି କବୀର ସିଂହରେ କପି କରିଛନ୍ତି। ତଥାପି ଦର୍ଶକ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ଆଉ ଏହାକୁ ବ୍ଲକ୍‌ ବଷ୍ଟରର ଆଖ୍ୟା ମଧ୍ୟ ଦିଆଯାଇଛି।

ଏହି ଫିଲ୍ମଟି ଜୁନ୍‌୨୧ରେ ରିଲିଜ୍‌ ହେବ।



from Odisha Reporter http://bit.ly/2VkjJuR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages