
କୋଣାର୍କ(ସଞ୍ଜୟ ପତି): ୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ହାତ କଟା ଟିକେଟ୍ ଦେଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉଛି। ମନ୍ଦିର ଖୋଲିବା ନେଇ ଏଏସ୍ଆଇ ଡିଜି ସୂଚନା ଦେଇଥିଲେ।
ଗତ ୩ ତାରିଖରେ ବାତ୍ୟା ‘ଫୋନି’ ପ୍ରଭାବରେ ମନ୍ଦିର ପରିସର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସୌନ୍ଦର୍ଯ୍ୟ ହରାଇଥିଲା କୋଣାର୍କ ମନ୍ଦିର। ଏଣୁ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିଲା। ତେବେ ମନ୍ଦିରର ଢାଞ୍ଚାରେ କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି। ବାତ୍ୟା ପରେ ଏଏସ୍ଆଇ ଏକ ଟିମ୍ ମନ୍ଦିରକୁ ଯାଞ୍ଚ କରିବା ପରେ ଏ କଥା କହିଥିଲେ।
from Odisha Reporter http://bit.ly/30lsuIK
No comments:
Post a Comment