ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେନି ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିବା ଜଣାପଡ଼ିଛି।

ମମତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ପଛର କାରଣ ରାଜନୀତିକ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ପଶ୍ଚିମବଙ୍ଗର ୫୪ ପରିବାର ମୋଦିଙ୍କ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିବାରୁ ମମତା ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ବୋଲି ଆକଳନ ହେଉଛି।

ନିର୍ବାଚନବେଳେ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ ଅନେକ ହିଂସାତ୍ମକ ଘଟଣା ଘଟିଥିଲା। ତା ଛଡ଼ା ମମତା ଓ ମୋଦି ମଧ୍ୟ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ କଟାକ୍ଷ କରିଥିଲେ। ଫଳାଫଳ ଘୋଷଣା ହେବା ପରେ ମୋଦି ସମସ୍ତ ସରକାର ପ୍ରତି ସକାରାତ୍ମକ ରହିବେ ବୋଲି କହିଥିଲେ। ଏହାପରେ ମମତା ମଧ୍ୟ ସକାରାତ୍ମକ ଭାବ ଦେଖାଇ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି କହିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।



from Odisha Reporter http://bit.ly/2Wd3Mw0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages