ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବୋଲେରୋ: ୨ ମୃତ, ୭ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବୋଲେରୋ: ୨ ମୃତ, ୭ ଗୁରୁତର

ବାରିପଦା(ମାଣିକଲାଲ୍ ପାଣି) ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ରାସ୍ତାର କ୍ଷୀରପଦା ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଦେଇଛି। ଏଥରେ ବୋଲେରୋରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତକମାନେ ହେଲେ ଡ୍ରାଇଭର ବିଜୟ ଜେନା, ରାମଚନ୍ଦ୍ର ଦାଶ। ସମସ୍ତ ମୃତାହତଙ୍କ ଘର ମହୁଲପାଟଣା ଗାଁରେ ବୋଲି ଜଣାପଡ଼ିଛି।

ବୈଶିଙ୍ଗା ଥାନା ଅନ୍ତର୍ଗତ ମହୁଲପାଟଣା ଗାଁର କିଛି ଲୋକ ମାନଗୋବିନ୍ଦପୁର ଗାଁକୁ ବିବାହ ଲଗ୍ନଧରା କାର୍ଯ୍ୟ ନିମନ୍ତେ ଯାଉଥିଲେ। ହେଲେ ସେମାନେ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ  ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2I6GePp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages