ପାଣି ପାଇଁ ରାଜଧାନୀରେ ହାହାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ପାଣି ପାଇଁ ରାଜଧାନୀରେ ହାହାକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଣି ପାଇଁ ହାହାକାର। ପିଇବାକୁ ପାଣି ନାହିଁ। ଗାଧୋଇବା ଓ ଅନ୍ୟାନ୍ୟ କଥା ପଚାରେ କିଏ? ପାଣି ବାଲ୍‌ଟିଏ ପାଇଁ ଟ୍ୟୁବୱେଲ ଆଗରେ ଲାଗିଛି ଲମ୍ୱା ଲାଇନ୍‌। ଏହି ଲମ୍ବା ଲାଇନ ହିଁ ବର୍ଣ୍ଣନା କରୁଛି ରାଜଧାନୀ ଭୁବନେଶ୍ୱର ବାସୀଙ୍କୁ କିଭଳି ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛି ସାମୁଦ୍ରିକ ଝଡ଼ ‘ଫୋନି’। ବାତ୍ୟା ମାଡ଼ରେ ବିଦ୍ୟୁତ୍ ସେବା ଭୁଶୁଡି ପଡିବା ପରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।

ବାତ୍ୟା ଆଶଙ୍କାରେ କିଛି ଲୋକ ନିଜ ନିଜ ଟାଙ୍କି ଭର୍ତ୍ତି କରି ରଖିଥିଲେ। ତେବେ ତାହା ସରିଗଲା ପରେ ସ୍ଥିତି ଆହୁରି ଉତ୍କଟ ହୋଇପଡ଼ିଛି। ମହାନଗର ନିଗମ ପକ୍ଷରୁ ଟ୍ୟାଙ୍କର ଯୋଗେ ବସ୍ତିଗୁଡିକରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ହେଲେ ତାହା ସମୁଦ୍ରକୁ ଶଙ୍ଖେ। ଘରେ ନିଜସ୍ୱ ବୋରିଂ ରଖିଥିବା ଲୋକେ ଜେନେରେଟର ଭଡ଼ାରେ ଆଣି ପାଣି ଉଠାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଜେନେରେଟର ଭଡ଼ା ହୋସ୍ ଉଡାଇ ଦେଉଛି। ପ୍ରତି ଟାଙ୍କି ପିଛା ହଜାରେରୁ ଦେଢ ହଜାର ଓ ଘଣ୍ଟା ପ୍ରତି ଅଢେଇରୁ ୩ ହଜାର ଟଙ୍କା ଦାବି କରୁଛନ୍ତି ଜେନେରେଟର ମାଲିକ। ଏଣେ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ଅବସ୍ଥା ସାଂଘାତିକ। ତୁରନ୍ତ ପାଣିର ବ୍ୟବସ୍ଥା କରାନଗଲେ ସ୍ଥିତି ସଂଗୀନ ହେବା ଆଶଙ୍କା ବଢିଯାଇଛି।

ପାଣି ଭଳି ପାଖରେ ନଗଦ ଟଙ୍କା ନଥିବାରୁ ହତାଶ ରାଜଧାନୀ ବାସିନ୍ଦା ବିଜୁଳି ଓ ଇଣ୍ଟରନେଟ୍ ଲିଙ୍କ ନଥିବାରୁ ଏଟିଏମରୁ ଟଙ୍କା ଉଠାଇ ପାରୁନାହାନ୍ତି। କାଁ ଭାଁ କେଉଁଠି ଯଦି ଏଟିଏମ୍‌ କାମ କରୁଛି, ସେଠି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଟଙ୍କା ଉଠାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ପାଖରେ ଟଙ୍କା ନଥିବାରୁ ଖାଦ୍ୟ ସାମଗ୍ରୀରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ କିଛି କିଣି ପାରୁନାହାନ୍ତି ରାଜଧାନୀବାସୀ।

ଏଣେ ଗ୍ରୀଷ୍ମ ଛୁଟି ଯୋଗୁଁ ରାଜଧାନୀର ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ କରୁଥିବା ବାହାର ରାଜ୍ୟର ଛାତ୍ରଛାତ୍ରୀ ଘରକୁ ଫେରିବାକୁ ଚାହୁଁଛନ୍ତି। ଟଙ୍କା ନଥିବାରୁ ସେମାନେ ଫସି ରହିଛନ୍ତି। ସେହିପରି ଅନ୍‌ଲାଇନ ସେବା କାମ କରୁନଥିବାରୁ କଷ୍ଟ ଦ୍ୱି’ଗୁଣିତ ହୋଇଯାଇଛି।
ରାଜଧାନୀର ପେଟ୍ରୋଲ ଟାଙ୍କି କଥା ନକହିବା ଭଲ। ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ଥିବା ବେଳେ ମାତ୍ର କେତୋଟି ଖୋଲା ରହିଛି। ତେଣୁ ପେଟ୍ରୋଲ ଓ ଡିଜେଲ ପାଇଁ ଏସବୁ ଟାଙ୍କିରେ ଅସମ୍ଭବ ଭିଡ଼। ଫଳରେ ତେଲ ଟିକେ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି।

କିଛି ନହେଲେ ଚଳିବ, ହେଲେ ପେଟକୁ ଦାନା ନହେଲେ ନଚଳେ। ତେବେ ବାତ୍ୟା ଆଶଙ୍କାରେ ଲୋକେ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖିଥିଲେ। ତାହା ସରିଯାଇଥିବା ବେଳେ ଦୋକାନ ବଜାର ବି ପୁରା ଖାଲି ହୋଇଗଲାଣି। ବାତ୍ୟା ମାଡ଼ରେ ବହୁ ଦୋକାନ କ୍ଷତିଗ୍ରସ୍ତ ହେବା କାରଣରୁ ବନ୍ଦ ଥିବା ବେଳେ ଅନେକେ ସାମଗ୍ରୀ ନଥିବାରୁ ବନ୍ଦ କରି ରଖିଛନ୍ତି। ସେହିପରି ଦୁଇ ଦିନ ହେଲା କ୍ଷୀର ଯୋଗାଣ ବନ୍ଦ ରହିଛି।

ରାଜଧାନୀ ବାସିନ୍ଦାଙ୍କୁ ଅସରନ୍ତି ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛି ସାମୁଦ୍ରିକ ଝଡ଼ ଫୋନି। ୬ ଘଣ୍ଟାର ପ୍ରଳୟ ଭିତରେ ଏମିତି ମାଡ଼ ମାରିଛି ଯେ, ଅଣ୍ଟା ସଳଖି ଛିଡ଼ା ହେବାକୁ ବଳ ପାଉନି। ଏଣେ ସ୍ଥିତି ସ୍ୱାଭାବିକ କରିବାକୁ ସରକାର ଏଯାଏଁ ସଫଳ ହୋଇନଥିବାରୁ ଜନ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି।



from Odisha Reporter http://bit.ly/2POSVBM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages