
କଟକ(ଓଡ଼ିଶା ରିପୋର୍ଟର): ଆଜି ସକାଳ ୯ଟାରେ ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ। ଦିନ ୧୧ ଟା ବେଳେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଜାହାନ ଆରା ବେଗମ।
ମ୍ୟାଟ୍ରିକ୍ ରେଜଲ୍ଟ ବୋର୍ଡ଼ ୱେବସାଇଟ୍ www.bseodisha.ac.in ଓ www.bseodisha.nic.in ଉପଲବ୍ଧ ହେବ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖିରୋଲ୍ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ମିଳିବ।
ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ ପିଲା ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୮ ଯାଏ ହୋଇଥିଲା ମ୍ୟାଟ୍ରିକ ପରୀକ୍ଷା।
ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପରିଚାଳନାରେ ଦେଖାଦେଇଥିଲା ଗୁରୁତର ବିଭ୍ରାଟ। ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲରୁ ଆରମ୍ଭ ହୋଇ ଭାଇରାଲରେ ହିଁ ଶେଷ ହୋଇଥିଲା। ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହେବା ସହ ପରେ ଇଂରାଜୀ ଓ ଗଣିତ ପ୍ରଶ୍ନପତ୍ର ମଧ୍ୟ ଘୁରି ବୁଲିଲା ମୋବାଇଲରୁ ମୋବାଇଲ୍। ଏମିତିକି ଶେଷ ଦିନରେ ଭାଇରାଲ୍ ହୋଇ ଯାଇଥିଲା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର।
ଏଥର ପରୀକ୍ଷାରେ ବ୍ୟାପକ ସତର୍କତା ଓ ସାବଧାନତା ପାଇଁ ଗାଇଡ୍ଲାଇନ ଜାରି କରିଥିଲେ ବୋର୍ଡ କର୍ତ୍ତୃପକ୍ଷ। ହେଲେ ଯେମିତି ସବୁ ସୁରକ୍ଷା ବନ୍ଧ ଭାଙ୍ଗି ପଶିଗଲା ଭାଇରାଲ ଭୂତ। ଖାଲି ଭାଇରାଲ୍ ନୁହଁ, ମାଲକାନଗିରି ପଡ଼ିଆ ହାଇସ୍କୁଲରେ ଆଶ୍ଚର୍ଯ୍ୟଜନକ ଭାବେ ୧୦୮ଟି ଓଏମ୍ଆର୍ ସିଟ୍ ଗାଏବ ହୋଇଯାଇଥିବାର ଅଭିଯୋଗ ମଧ୍ୟ ଆସିଥିଲା।
ଭିନ୍ନ ଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବିଭ୍ରାଟ ଘଟଣାରେ ମୋଟ ୧୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସହ ୧୩ ଜଣଙ୍କୁ ଗିରଫ କରାଯାଇଥିଲା। ଶେଷରେ ଏତେସବୁ ବିଭ୍ରାଟ ଓ ବିବାଦ ପରେ ଆଜି ରେଜଲ୍ଟ ପ୍ରକାଶ ପାଉଥିବା ବେଳେ ଉତ୍କଣ୍ଠାରେ ଅଛନ୍ତି ଛାତ୍ରଛାତ୍ରୀ।
from Odisha Reporter http://bit.ly/2HGouKu
No comments:
Post a Comment