
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ। ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ବି ଆଜି ଖୋଲିବ। ବାତ୍ୟା ‘ଫୋନି’ରେ ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା। ଭାଙ୍ଗି ଯାଇଥିବା ଗଛ ଓ ତାର ଜାଲି, ବାଡ଼ ମରାମତି ପରେ ନନ୍ଦନକାନନ ଖୋଲିବ।
ବାତ୍ୟା ‘ଫୋନି’ର ତାଣ୍ଡବରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚିଡିଆଖାନାର ବହୁ ଖୁଆଡ଼ରେ ଗଛ ଉପୁଡ଼ି ପଡିଥିଲା। ତେବେ ଚିଡିଆଖାନାକୁ ପୁଣି ଥରେ ସଜାଡ଼ିବାକୁ ଯୁଦ୍ଧକାଳୀନ ଭିତ୍ତିରେ ନନ୍ଦନକାନନ କର୍ତ୍ତୃପକ୍ଷ କାମ କରିଥିଲେ ।
from Odisha Reporter http://bit.ly/2w7gtJe
No comments:
Post a Comment