ଭାରତର ବିଜୟ, ମାସୁଦ୍‌କୁ ମିଳିଲା ‘ବିଶ୍ୱସ୍ତରୀୟ’ ଆତଙ୍କୀ ଆଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଭାରତର ବିଜୟ, ମାସୁଦ୍‌କୁ ମିଳିଲା ‘ବିଶ୍ୱସ୍ତରୀୟ’ ଆତଙ୍କୀ ଆଖ୍ୟା

ନୂଆଦିଲ୍ଲୀ: ମେ’ ଦିବସ ଶେଷରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ୍‌ ଆଝାର ପାଇଁ କାଳ ଦିବସ ପାଲଟିଛି। ଆତଙ୍କୀଙ୍କ ଚରାଭୂଇଁ ପାକିସ୍ତାନ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିଶ୍ୱସ୍ତରରେ ରଚନା କରିଥିବା କୂଟନୀତିର ଚକ୍ରବ୍ୟୁହକୁ ଶେଷରେ ସଫଳତା ମିଳିଛି। ଜାତିସଂଘ ସୁରକ୍ଷା ପରିଷଦ ବୁଧବାର ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ‘ବିଶ୍ୱସ୍ତରୀୟ ଆତଙ୍କୀ’ ଘୋଷଣା କରିଛି। ଭାରତର ଆମ୍ବାସାଡର ତଥା ଜାତିସଂଘରେ ସ୍ଥାୟୀ ପ୍ରତିନିଧି ସୟଦ୍ ଆକବରୁଦ୍ଦିନ୍‌ ଏ ବାବଦରେ ଟ୍ୱିଟରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଛୋଟ ବଡ଼ ସମସ୍ତେ ଏକାଠି। ମାସୁଦ୍‌ ଆଝାର ଏବେ ଜାତିସଂଘ କଟକଣା ତାଲିକାଭୁକ୍ତ ହେଲା।

ଏହି ଖବର ଆସିବାର ଗୋଟିଏ ଦିନ ପୂର୍ବରୁ ହିଁ ଚର୍ଚ୍ଚା ଆରମ୍ଭ ହୋଇସାରିଥିଲା ମେ ଦିବସ ଆଝାର ପାଇଁ କଳାଦିବସ ହେବ। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲ୍‌ କାଏଦା କଟକଣା କମିଟିରେ ଆଗତ ପ୍ରସ୍ତାବରେ ଚାଇନା ପୂର୍ବରୁ ଲଗାଇଥିବା ଭିଟୋ ଉଠାଇବା ନେଇ ଯେଉଁ ଆକଳନ କରାଯାଇଥିଲା ତାହା ମଧ୍ୟ ସତ ପ୍ରମାଣିତ ହୋଇଛି। ଭାରତର ବନ୍ଧୁରାଷ୍ଟ୍ର ତଥା ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଝଟ୍‌କା ଦେବାକୁ ଏକାଠି ହୋଇଥିବା ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ର ଚାପ ଏବଂ ଭାରତର କୂଟନୀତି ଆଗରେ ଶେଷରେ ଚାଇନା ୟୁଟର୍ଣ୍ଣ ନେବାକୁ ରାଜି ହୋଇଛି।

ପୂର୍ବରୁ ଏହି ପ୍ରସ୍ତାବକୁ ଚାଇନା ଟେକ୍ନିକାଲ କାରଣ ଦର୍ଶାଇ ଭିଟୋ ଲଗାଇଥିଲା ଏବଂ ଏହାକୁ ବିଚାର କରିବାକୁ ଅତିରିକ୍ତ ସମୟ ମାଗିଥିଲା। କିନ୍ତୁ ଗତ କିଛି ଦିନ ତଳେ ଚାଇନାର ମତିଗତି ବଦଳିଥିଲା। ଏପରିକି ମଙ୍ଗଳବାର ଚାଇନା ୟୁଟର୍ଣ୍ଣ ନେବାନେଇ ସକାରାତ୍ମକ ମତ ପୋଷଣ କରିଥିଲା। ଚାଇନା ବୈଦେଶିକ ମନ୍ତ୍ରୀ ଗେଙ୍ଗ ସୁଆଙ୍ଗ ସଂକ୍ଷେପରେ କହିଥିଲେ, ଠିକ୍‌ ଭାବରେ ସମାଧାନ ହୋଇଛି।

ସୂଚନାଯୋଗ୍ୟ ଯେ, ଭାରତରେ ବର୍ତ୍ତମାନ ସାଧାରଣ ନିର୍ବାଚନ ଚାଲିଛି। ଆଉ ଏହି ନିର୍ବାଚନରେ ଭାରତ ରାଷ୍ଟ୍ରବାଦ ସହିତ ଜାତୀୟ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରିଛି। ଏଥିପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ବଦଲା ଆଦି ପ୍ରସଙ୍ଗ ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ବିଜେପିର ନେତାମାନଙ୍କ ଭାଷଣରେ ସ୍ଥାନ ପାଇଛି।

ଏହି ପଦକ୍ଷେପକୁ ସ୍ୱାଗତ କରି ଫ୍ରାନ୍ସ କହିଛି, ଜାତିସଂଘ ପରିଷଦର ୧୨୬୭ କମିଟି ଆତଙ୍କବାଦୀ ମାସୁଦ୍‌ ଆଝାରକୁ ଏହି ଆଖ୍ୟା ଦିଆଯିବାକୁ ଆମେ ସ୍ୱାଗତ କରୁଛୁ। ମାସୁଦ୍‌ ବର୍ତ୍ତମାନ ଆଇଏସ୍‌ଆଇଏସ୍‌ ଏବଂ ଅଲ୍‌କାଏଦା କଟକଣା ତାଲିକାରେ ସାମିଲ ହୋଇଛି। ଫ୍ରାନ୍ସର କୂଟନୀତିଜ୍ଞମାନେ ଆଝାର ଉପରେ କଟକଣା ପାଇଁ ଲଗାତାର ପ୍ରୟାସ କରିଆସୁଥିଲେ। ବିଶେଷକରି ଗତ ଫେବୃଆରୀ ପୁଲ୍‌ୱାମା ଆକ୍ରମଣ ପାଇଁ ଦାୟୀ ଆଝାର ଉପରେ ଆମେ ଗତ ମାର୍ଚ୍ଚ ୧୫ରେ କଟକଣା ଲଗାଇସାରିଛୁ।

ଏହା କେବଳ ଭାରତ ନୁହେଁ, ଏହି ପଦକ୍ଷେପ ପାଇଁ ଅଣ୍ଟା ଭିଡ଼ିଥିବା ସମସ୍ତ ଛୋଟବଡ଼ ଦେଶର ବୃହତ୍ ବିଜୟ ବୋଲି କୁହାଯାଉଛି। ଆତଙ୍କବାଦ ବିରୋଧରେ ସେମାନଙ୍କର ଅବିରତ ପ୍ରୟାସର ଏହା ବିଜୟ ବୋଲି ମଧ୍ୟ କୁହାଯାଉଛି।

ମାସୁଦ୍ ଆଝାରକୁ ପୂର୍ବରୁ ଥରେ ଭାରତ ଗିରଫ କରିଥିଲେ ମଧ୍ୟ ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣାରେ ଭାରତ ପଣବନ୍ଦୀଙ୍କ ବଦଳରେ ତାକୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ସେ ୨୦୦୨ରେ ଅନ୍ୟ ଏକ ଆତଙ୍କୀ ସଂଗଠନ ଲସ୍କର-ଏ-ତାଏବାର ସହଯୋଗରେ ସଂସଦ ଆକ୍ରମଣ ଏବଂ ପଠାନ୍ ଆକ୍ରମଣ ସହିତ ଗତ ଫେବୃଆରୀ ୧୪ର ପୁଲ୍‌ୱାମା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ ପାକିସ୍ତାନକୁ ପୂର୍ବରୁ ‘ଗ୍ରେ’ ତାଲିକାଭୁକ୍ତ କରିସାରିଥିବାବେଳେ ବର୍ତ୍ତମାନ ଏହି ଆତଙ୍କୀ ବିରୋଧରେ ତଦନ୍ତ କରିପାରିବ। ଏହା ଏକ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ସଂସ୍ଥା, ଯାହାକି ଆତଙ୍କୀ ଫଣ୍ଡିଂକୁ ଟାର୍ଗେଟ୍‌ କରିଥାଏ। ମାସୁଦ୍‌ ଏହି ସଂସ୍ଥାର ଜାଲରେ ପଡ଼ିବାର ଯଥେଷ୍ଟ ସମ୍ଭବାନା ରହିଥିବାରୁ ତାକୁ ସୁରକ୍ଷା ଦେଇ ଆସିଥିବା ପାକିସ୍ତାନ ପାଇଁ ଏହା ଅଡ଼ୁଆ କରିବ।



from Odisha Reporter http://bit.ly/2ISBnnR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages