ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ, ଫେରିଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ, ଫେରିଲେ ଧୋନି

ଚେନ୍ନାଇ: ଚଳିତ ଆଇପିଏଲର ୫୦ତମ ମ୍ୟାଚ୍ ବୁଧବାର ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିାନୟକ ଶ୍ରେୟସ ଆୟର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚକୁ ଚେନ୍ନାଇ ସୁପର କିଙ୍ଗସ୍ ଟିମର ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଧୋନିଙ୍କ ଫେରିବା ଦ୍ୱାରା ଟିମ୍ ଅଧିକ ମଜଭୁତ୍ ହୋଇଛି। ଧୋନି ବର୍ତ୍ତମାନ ଶତପ୍ରତିଶତ ଫିଟ୍ ଥିବା କହିଛନ୍ତି।

ସେହିପରି ଟିମକୁ ଫାଫ୍ ଡ୍ୟୁପ୍ଲେସିସ୍ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ମିଚେଲ୍ ସାଣ୍ଟନର, ମୁରଲୀ ବିଜୟ ଓ ଧ୍ରୁବ ସୋରେ ଟିମରୁ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ଟିମରୁ କାଗିସୋ ରବାଡା ଓ ଈଶାନ୍ତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ ଓ ଜେ ସୁଚିତ୍ ସାମିଲ୍ ହୋଇଛନ୍ତି।

ଚେନ୍ନାଇ ଏକାଦଶ: ଫାଫ୍ ଡ୍ୟୁପ୍ଲେସିସ୍, ଶେନ୍ ୱାଟସନ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡ୍ୱେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଦୀପକ ଚହର୍, ହରଭଜନ ସିଂହ, ଇମ୍ରାନ୍ ତାହିର୍।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧୱନ୍, ଶ୍ରେୟସ ଆୟର୍ (ଅଧିନାୟକ), ଋଷଭ ପନ୍ତ, କଲିନ୍ ଇନଗ୍ରାମ୍, ଶେରଫେନ୍ ରଦରଫର୍ଡ, ଅକ୍ଷର ପଟେଲ, ସନ୍ଦୀପ ଲାମିଛାନେ, ଅମିତ୍ ମିଶ୍ର, ଜେ ସୁଚିତ୍, ଟ୍ରେଣ୍ଟ ବୋଲ୍ଟ।



from Odisha Reporter http://bit.ly/2Wg0Pa1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages