ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ, କିଛି ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ, କିଛି ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ

ବାରବାଙ୍କୀ, ୟୁପି: ଉତ୍ତର ପ୍ରଦେଶରୁ ପୁଣି ଆସିଛି ମଦ ମୃତ୍ୟୁ ଅଭିଯୋଗ। ବିଷାକ୍ତ ମଦ ପିଇ ଉତ୍ତର ପ୍ରଦେଶର ବରବାଙ୍କୀ ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତନ୍ମଧ୍ୟରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ସରକାରୀ ସୂଚନା ଅନୁସାରେ ୬ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଛନ୍ତି। ବରବାଙ୍କୀ ଜିଲ୍ଲାର ରାଣିଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ଅନେକ ଏହି ବିଷାକ୍ତ ମଦର ଶିକାର ହୋଇଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି ଏବଂ ଅନେକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। କିଛି ବ୍ୟକ୍ତି ଏହି ମଦ ପିଇ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି।

ତେବେ ମଦ ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତି ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନରୁ କିଣିଥିବା ସୂଚନା ରହିଛି। ଦାନବୀର ସିଂହ ନାମକ ବ୍ୟକ୍ତି ଅବକାରୀ ଲାଇସେନ୍ସ ପାଇ ଏହି ମଦ ଦୋକାନ କରିଥିଲେ। ତେବେ ସୂଚନାଯୋଗ୍ୟ ଯେ ଦାନବୀର ସିଂହ ସରକାରୀ ମଦ ଦୋକାନ ପାଇଁ ଲାଇସେନ୍ସ ପାଇବା ସହିତ ବେଆଇନ ଭାବରେ ମଦ ଫ୍ୟାକ୍ଟ୍ରି ଖୋଲିଥିଲେ ବୋଲି ସୂଚନା ରହିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ଅବକାରୀ ଅଧିକାରୀ ପବନ ଗୌତମଙ୍କୁ ନିଲମ୍ୱିତ କରିଛନ୍ତି। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ, ପାଞ୍ଚ ଜଣ ପୁଲିସ କର୍ମୀ ଏବଂ ତିନି ଜଣ କନଷ୍ଟେବଳଙ୍କୁ ନିଲମ୍ୱିତ କରାଯାଇଥିବା ଅବକାରୀ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି।

ବାରବାଙ୍କୀ ଜିଲ୍ଲାର ଜିଲ୍ଲପାଳ, ସିଡିଏମଓ ଓ ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ମଦରେ ଆବଶ୍ୟକ ମାତ୍ରା ତୁଳନାରେ ଅଧିକ ସ୍ପିରିଟ୍ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୂଚନା ରହିଛି। ନିକଟରେ ମଧ୍ୟ ବିଷାକ୍ତ ମଦ ପିଇ ୟୁପିରେ ଅନେକ ପ୍ରାଣ ହରାଇଥିଲେ।



from Odisha Reporter http://bit.ly/2HE5lKk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages