ଏଥିପାଇଁ ହେଉନାହିଁ ଭାଇଜାନ୍‌ଙ୍କ ବାହାଘର, ନିଜେ କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଏଥିପାଇଁ ହେଉନାହିଁ ଭାଇଜାନ୍‌ଙ୍କ ବାହାଘର, ନିଜେ କଲେ ଖୁଲାସା

ମୁମ୍ବାଇ: ବଲିଉଡ୍‌ର ମୋଷ୍ଙ ଏଲିଜିବଲ୍‌ ବ୍ୟାଚ୍‌ଲର୍‌ ଭାବେ ଜଣାଶୁଣା ଭାଇଜାନ୍‌। ଭାଇଜାନ୍‌ ସଲ୍‌ମାନଙ୍କ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍‌ ଧରିଥାଏ। ଯେତେବେଳେ ବି ତାଙ୍କୁ ବାହାଘର ବିଷୟରେ ପଚରାଯାଏ ସେତେବେଳେ ସେ କିଛି ଅଲଗା କଥା କହି ବିବାହ କଥାକୁ ଏଡ଼ାଇ ଦେଇଥାନ୍ତି।

କେବଳ ବଲିଉଡ୍‌ ନୁହେଁ, ସାରା ଦୁନିଆ ମଧ୍ୟ ତାଙ୍କ ବାହାଘର କେବେ ହେବ ସେହି ଦିନକୁ ଚାହିଁ ବସିଛନ୍ତି। ଏବେ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ସଲ୍‌ମାନ୍‌ ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କେହି ବି ଝିଅ ମୋତେ ବାହା ହେବା ପାଇଁ ପ୍ରପୋଜ୍‌ କରିନାହାନ୍ତି। ଏଥିପାଇଁ ତାଙ୍କର ବାହାଘର ହୋଇପାରୁନାହିଁ।

କିଛି ଦିନ ପୂର୍ବରୁ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଥିଲା। ଯେଉଁଥିରେ ସଲ୍‌ମାନ୍‌ଙ୍କୁ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭାଇଜାନ୍‌ଙ୍କୁ ପ୍ରପୋଜ କରୁଛନ୍ତି। ଏହା ଉପରେ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ ଯେ, ଆଜି ଯାଏଁ ତାଙ୍କୁ କେହି ଝିଅ ପ୍ରପୋଜ୍‌ କରିନାହାନ୍ତି।

ଏହା ପରେ ଆହୁରି ମଧ୍ୟ ସେ କହିଥିଲେ ଯେ, ସେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ କରିନାହାନ୍ତି। ସେ କହିଛନ୍ତି, ଏହା ମଧ୍ୟ ହେଇପାରେ ଯେ, ମୁଁ ଯଦି କ୍ୟାଣ୍ଡେଲ୍‌ ଲାଇଟ୍ ଡିନର୍‌ କରିଥାନ୍ତି, ମୋତେ ଆଜି ପ୍ରପୋଜାଲ୍‌ ମିଳିଥାନ୍ତା। ଏମିତିରେ ବି ମୋତେ କ୍ୟାଣ୍ଡେଲ୍ ଲାଇଟ୍‌ରେ ଖାଇବା ଦେଖାଯାଏ ନାହିଁ।

ଏହାପରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, ତାଙ୍କର ବିବାହ ହେଉନାହିଁ ବୋଲି କ‘ଣ ତାଙ୍କୁ ଦୁଃଖ ଲାଗୁଛି। ଏହାର ଉତ୍ତରରେ ସେ କହିଥିଲେ ଯେ, ହଁ ମୋତେ ଦୁଃଖ ହୁଏ ଯେ, ମୋତେ ଆଜି ଯାଏଁ କେହି ଝିଅ ପ୍ରପୋଜ୍‌ କରିନାହାନ୍ତି।

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ସଲ୍‌ମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ’ ୫ ଜୁନ୍‌ରେ ରିଲିଜ୍‌ ହେବ। ଫିଲ୍ମରେ ସଲ୍‌ମାନ୍‌, କ୍ୟାଟ୍ରିନାଙ୍କ ସହ ତବୁ, ଜ୍ୟାକି ଶ୍ରଫ୍‌, ଦିଶା ପଟାନି, ସୁନିଲ୍‌ ଗ୍ରୋବରଙ୍କ ଭଳି ବହୁ କଳାକାର ଅଛନ୍ତି।



from Odisha Reporter http://bit.ly/2YYYz87

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages