ପରାଜୟ ପରେ ରାଜ ବବରଙ୍କ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପରାଜୟ ପରେ ରାଜ ବବରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦେଶର ସବୁଠାରୁ ଅଧିକ ସାଂସଦ ଲୋକସଭାକୁ ନିର୍ବାଚିତ ହେଉଥିବା ଉତ୍ତର ପ୍ରଦେଶରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏଠାରେ ଦଳ ମାତ୍ର ରାଏବରେଲୀ ଆସନରୁ ଜିତିବାକୁ ସକ୍ଷମ ହୋଇଛି। ଏଠାରେ ସୋନିଆ ଗାନ୍ଧି ଜିତିଛନ୍ତି। ଆଉ ସବୁ ଆସନରେ କଂଗ୍ରେସ ପରାସ୍ତ ହୋଇଛି। ରାଜ ବବର ମଧ୍ୟ ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ସେ ୫ ଲକ୍ଷ ଭୋଟ୍‌ ବ୍ୟବଧାନରେ ବିଜେପିର ରାଜ କୁମାର ଚହରଙ୍କ ଠାରୁ ପରାସ୍ତ ହୋଇଥିଲେ।

ବିଜେପି ଏଠାରେ ୬୩ଟି ଆସନ ଦଖଲ କରିଛି। କଂଗ୍ରେସର ଏଭଳି ଲଜ୍ଜାଜନକ ପରାଜୟ ପରେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପରାଜୟ ପାଇଁ ନିଜର ଅପାରଗତାକୁ ଦାୟୀ କରିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି। ରାଜ ବବର ଇସ୍ତଫା ପତ୍ର ଦେଇ କଂଗ୍ରେସକୁ ମୂଳରୁ ଗଢ଼ିବାର ସମୟ ଆସିଛି ବୋଲି କହିଛନ୍ତି। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ପୂର୍ବରୁ ରାଜ ବବରଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରାଯାଇଥିଲା।



from Odisha Reporter http://bit.ly/30HKOfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages