“ମୋ ବାପା ହାରିଗଲେ ମୋତେ ବହୁତ ଦୁଃଖ ଲାଗିଲା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

“ମୋ ବାପା ହାରିଗଲେ ମୋତେ ବହୁତ ଦୁଃଖ ଲାଗିଲା”

sambit

ପାରାଦୀପ(ଓଡ଼ିଶା ରିପୋର୍ଟର): “ମୋ ବାପା ହାରିଗଲେ, ମୋତେ ବହୁତ ଦୁଃଖ ଲାଗିଲା। ହେଲେ ସେଠି ବିଜେଡି ଦଳର ପ୍ରାର୍ଥୀ ବିଜୟ ହେଲା ସେଥିପାଇଁ ଖୁସି ଲାଗୁଛି।” ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ  ସମ୍ୱିତ ରାଉତରାୟ ବିଜୟୀ ହେବାପରେ ଏହି ବିବୃତ୍ତି ଦେଇଛନ୍ତି।

ବିଜୟ ପରେ ସମ୍ୱିତ ରାଉତରାୟ କହିଛନ୍ତି,“ଆଜି ମୁଁ ବହୁତ ଖୁସି। ଏହି ବିଜୟର ସମସ୍ତ ଶ୍ରେୟ ମୁଁ ମୋର ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେବି। ଦ୍ୱିତୀୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତୃତୀୟରେ ମୋ ମାଆ ଓ ବାପାଙ୍କୁ ଶ୍ରେୟ ଦେବି। ନିର୍ବାଚନ ସମୟରେ ନିଯୁକ୍ତିକୁ ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାକୁ ଆମେ ପ୍ରାଧାନ୍ୟ ଦେବୁ। ଏହି ନିର୍ବାଚନ ଜିତିବା ନିଶ୍ଚିତ ଭାବେ କଷ୍ଟକର ଥିଲା। ପ୍ରଚାର ଲାଗି ସ୍ୱଳ୍ପ ସମୟ ଓ ମାଆଙ୍କ ଦେହାନ୍ତ ପରେ ବହୁତ ସମୟ ସେଠାରେ ଚାଲିଗଲା। ତଥାପି ମୋ’ ଦଳର କର୍ମୀମାନେ ମୋତେ ଅନେକ ସାହାଯ୍ୟ କରିଛନ୍ତି। ସମସ୍ତଙ୍କ ମନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି। ତେଣୁ ନିର୍ବାଚନ ଜିତିବାକୁ ଡର ନ ଥିଲା।”

ପିତା ଦାମୋଦର ରାଉତ ବିଜେପିରୁ ନିର୍ବାଚନ ଲଢୁଥିବାରୁ ସେ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ସମ୍ବିତ୍‌।

“ବାପା ପୁଅ ପଛରେ ରହିବନି ତ ଆଉ କିଏ ରହିବ। ବାପାଙ୍କ ଚେଷ୍ଟା ଓ ପ୍ରଚେଷ୍ଟା ଯୋଗୁ ମୁଁ ବିଜୟୀ ହେଇଛି। ମୋ ବାପାଙ୍କ ଆଶୀର୍ବାଦରୁ ମୁଁ ବଳିୟାନ। ଏଥିରେ ଭାବିବାର କିଛି ନାହିଁ।”



from Odisha Reporter http://bit.ly/2YOrU54

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages