କମ୍‌ ସାମଗ୍ରୀ ଏବଂ କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ନଡ଼ିଆ ବରଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

କମ୍‌ ସାମଗ୍ରୀ ଏବଂ କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ନଡ଼ିଆ ବରଫି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଠା ଖାଇବା ଛୋଟଠୁ ବଡ଼ ସମସ୍ତଙ୍କ ପସନ୍ଦ। ବିଭିନ୍ନ ପ୍ରକାର ମିଠା ଦେଖି ସମସ୍ତଙ୍କୁ ଲୋଭ ଲାଗିଥାଏ। ଏହାକୁ ଆମେ ଘରେ ତିଆରି କରି ନ ଜାଣିବା କାରଣରୁ ବାହାରୁ କିଣି ଆଣି ଖାଇଥାଉ। ଆଜି ଆପଣଙ୍କୁ ଏକ ସ୍ୱାଦିଷ୍ଟ ମିଠା ତିଆରି କରିବା ଶିଖାଇବୁ। ଯାହା କମ୍‌ ସାମଗ୍ରୀରେ ତିଆରି ହେବା ସହ କମ୍‌ ସମୟ ମଧ୍ୟ ଲାଗିଥାଏ। ତେବେ କିପରି ନଡ଼ିଆ ବରଫି ତିଆରି କରିବେ ପଢ଼ନ୍ତୁ।

ଆବଶ୍ୟକ ସାମଗ୍ରୀ

ନଡ଼ିଆ କୋରା, ଚିନି, ମଲାଇ, କ୍ଷୀର ଏବଂ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ନଡ଼ିଆ ଭାଙ୍ଗି କୋରି ଦିଅନ୍ତୁ। ଏହାର କଳା ଚୋପା ଅଂଶ ନେବେ ନାହିଁ। କେବଳ ଧଳା ଅଂଶରେ ହିଁ ବରଫି କରିବେ। ଯଦି ଏଥିରେ କଳା ଅଂଶ ରହିଯିବ ତାହାଲେ ବରଫି ମଧ୍ୟ କଳା ଦେଖାଯିବ। ଯାହା ସୁନ୍ଦର ଦେଖାଯିବ ନାହିଁ।

ଏବେ କୋରା ନଡ଼ିଆକୁ ଗ୍ୟାସ୍‌ରେ କଡ଼େଇ ବସାଇ ଅଳ୍ପ ଭାଜି ଦିଅନ୍ତୁ। ଯେପରି ସେଥିରୁ ପାଣି ଅଂଶ ଶୁଖିଯିବ। ଏହା ପରେ ସେଥିରେ ମଲାଇ ପକାଇ ଗୋଳାନ୍ତୁ। ଯଦି ଆପଣଙ୍କ ପାଖରେ ମଲାଇ ନାହିଁ ତାହାଲେ ଆପଣ କ୍ଷୀର ଏବଂ ଘିଅ ନେଇ ମଧ୍ୟ ଏହାକୁ ତିଆରି କରି ପାରିବେ।

ଏବେ ଏହା ଅଳ୍ପ ଶୁଖିଲା ହେଲା ପରେ ସେଥିରେ ଚିନି ପକାନ୍ତୁ। ଏଠାରେ ଆପଣ ମନେ ରଖନ୍ତୁ, ଯେତିକି ନଡ଼ିଆ କୋରା ନେଇଥିବେ ତାର ଅଧା ଚିନି ନେବେ। ଆପଣ ନିଜ ଟେଷ୍ଟ ହିସାବରେ ମଧ୍ୟ ଚିନିକୁ କମ୍‌ ବେଶୀ କରିପାରିବେ।

ଚିନି ପୂରା ମିଳାଇବା ହେବା ଯାଏ ଭାଜନ୍ତୁ। ଏହାକୁ ଶୁଖିଲା କରିବେ ନାହିଁ। ଯେପରି ଏହା ଏକ ଗାଢ଼ା ପେଷ୍ଟ ପରି ଦେଖାଯିବ। ଏବେ ଏହାକୁ କଡ଼େଇରୁ ବାହାର କରି ସେଟ୍‌ ହେବା ପାଇଁ ଏକ ଡବା ବା ଏକ ଚାରି କୋଣିଆ ପାତ୍ରରେ ରଖି  ଭଲରେ ଦବାଇ ଦିଅନ୍ତୁ।

ଥଣ୍ଡା ହେଲା ପରେ ଏହାକୁ ବରଫି ଆକାରରେ କାଟି ଦିଅନ୍ତୁ। ଆପଣ ସଜାଇବା ପାଇଁ ବରଫି ଉପରେ ପିସ୍ତା ବାଦାମ ପକାଇ ପାରିବେ।

ଏହାକୁ ଏବେ ଫ୍ରୀଜ୍‌ରେ ରଖି ନିଜ ଇଚ୍ଛା ଅନୁସାରେ ଖାଆନ୍ତୁ।



from Odisha Reporter http://bit.ly/2WJedn3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages