
ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ବନଖଣ୍ଡ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ଜାମଣା ଗାଁ ନିକଟରୁ ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ତାର ବୟସ ଆନୁମାନିକ ୧ ମାସ ହେବ।
ଆଜି ସକାଳେ ଘଟଣାସ୍ଥଳରେ ବନବିଭାଗର ଅଧିକାରୀମାନେ ପହଞ୍ଚି ମୃତ ହାତୀଛୁଆକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲେ।
ଡାଲିଯୋଡ଼ା ରେଞ୍ଜ୍ ଏସିଏଫ୍ ମନୋରଞ୍ଜନ ସ୍ୱାଇଁ କହିଛନ୍ତି,“୩ ଦିନ ତଳେ ଚନ୍ଦକା ଅଭୟାରଣ୍ୟରୁ ୧୭ଟି ହାତୀ ଡାଲିଯୋଡ଼ା ରେଞ୍ଜକୁ ଆସିଥିଲେ। ସେହି ହାତୀପଲରେ ଏହି ଛୁଆ ହାତୀଟି ଥିଲା। ଗତକାଲି ଦଳାଚକଟାରେ ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।”
ସେ ଆହୁରି କହିଛନ୍ତି,“ରେଞ୍ଜର ଓ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀଛୁଆକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡମଡ଼ମନୀ ଜଙ୍ଗଲକୁ ନେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀଛୁଆର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।”
from Odisha Reporter http://bit.ly/30nsJ68
No comments:
Post a Comment