ଭାରତରେ କମିଛି କାର ବିକ୍ରି , ତେଲ ଦର ସାଜିଛି ପ୍ରମୁଖ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଭାରତରେ କମିଛି କାର ବିକ୍ରି , ତେଲ ଦର ସାଜିଛି ପ୍ରମୁଖ କାରଣ

ବେଙ୍ଗାଲୁରୁ: ଦେଶରେ କାର ବିକ୍ରିରେ ହ୍ରାସ ଦେଖିବାକୁ ମିଳିଛି। ଏପ୍ରିଲ ମାସରେ ପ୍ରମୁଖ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ, ହ୍ୟୁଣ୍ଡାଇ ମୋଟର୍ସ ଏବଂ ଟୟୋଟା କମ୍ପାନୀର କାର ବିକ୍ରି ହ୍ରାସ ପାଇଛି ବୋଲି ଜଣାପଡ଼ିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସର ରିପୋର୍ଟ ଅନୁଯାୟୀ ମାରୁତି ସୁଜୁକି ଇଣ୍ଡିଆର ବିକ୍ରି ୧୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ହ୍ୟୁଣ୍ଡାଇ କାର ବିକ୍ରି ମଧ୍ୟ ୧୦.୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଜାପାନର କାର ନିର୍ମାତା କମ୍ପାନୀ ଟୟୋଟା ଏପ୍ରିଲ ମାସର ବିକ୍ରି ଗତବର୍ଷ ତୁଳନାରେ ୧୨ ପ୍ରତିଶତ ହ୍ରାସ ପାଇଛି।

ମାରୁତି ସୁଜୁକିର ଘରୋଇ କାର କ୍ୟାଟାଗୋରୀରେ ୫୦ ପ୍ରତିଶତରୁ ଅଧିକ କାର ରହିଛି। ଗତବର୍ଷ ଏପ୍ରିଲ ମାସର ରିପୋର୍ଟ ଅନୁଯାୟୀ ମୋଟ ୧ ଲକ୍ଷ ୬୪ ହଜାର ୯୭୮ଟି କାର ବିକ୍ରି ହୋଇଥିବା ବେଳେ ଚଳିତବର୍ଷ ଏପ୍ରିଲରେ ୧ ଲକ୍ଷ ୩୪ ହଜାର ୬୮୯ଟି କାର ବିକ୍ରି କରିବାରେ ମାରୁତି ସକ୍ଷମ ହୋଇଛି। ତେବେ ମାରୁତିର ଉଭୟ ବିଜନେସ ଏବଂ ଘରୋଇ କାର ବିକ୍ରିକୁ ଯଦି ଦେଖିବା ତାହେଲେ ୨୦୧୮ ଏପ୍ରିଲ ମାସ ତୁଳନାରେ ବିକ୍ରି ୧୭ ପ୍ରତିଶତ ହ୍ରାସ ହୋଇଛି। ଚଳିତବର୍ଷ ଏପ୍ରିଲରେ ୧ ଲକ୍ଷ ୪୩ ହଜାର ୨୪୫ଟି କାର ବିକ୍ରି ହୋଇଥିବା ବେଳେ ଗତ ବର୍ଷ ଏପ୍ରିଲରେ ୧ ଲକ୍ଷ ୭୨ ହଜାର ୯୮୬ଟି ଗାଡ଼ି ବିକ୍ରି ହୋଇଥିଲା।

ସେହିପରି ଅନ୍ୟତମ କାର କମ୍ପାନୀ ହ୍ୟୁଣ୍ଡାଇ ମୋଟର୍ସ ଏପ୍ରିଲ ମାସରେ ୪୨ ହଜାର ୫ଟି ଗାଡ଼ି ବିକ୍ରି କରିବାରେ ସକ୍ଷମ ହୋଇଥିବା ବେଳେ ଗତବର୍ଷ ଏପ୍ରିଲରେ ୪୬ ହଜାର ୭୩୫ଟି କାର ବିକ୍ରି କରିଥିଲା।

ସେହପିରି ଜାପାନର କାର ନିର୍ମାତା କମ୍ପାନୀ ଟୟୋଟା ଏପ୍ରିଲ ମାସରେ ୧୩ ହଜାର ୩୭ଟି କାର ବିକ୍ରି କରିଥିବା ବେଳେ ଚଳିତ ମାସ ୧୧ ହଜାର ୪୧୩ଟି କାର ବିକ୍ରି କରିବାରେ ସକ୍ଷମ ହୋଇଛି। ଏହା ଗୁରୁବାର ଜାପାନର ଏହି କାର ନିର୍ମାତା କମ୍ପାନୀ ସୂଚନା ଦେଇଛି।

ବିକ୍ରି ହୋଇଥିବା ୧୧ ହଜାର ୪୧୩ଟି କାର ମଧ୍ୟରୁ ୧୦ ହଜାର ୧୧୨ଟି କାର ଭାରତରେ ବିକ୍ରି ହୋଇଥିବା ବେଳେ କେବଳ ଏଟିଅସ ମଡେଲର ୧, ୩୦୧ଟି କାର ବିକ୍ରି ହୋଇଛି।

ଗତ ସପ୍ତାହରେ ମାରୁତି ସୁଜୁକି ଇଣ୍ଡିଆର ଅଧ୍ୟକ୍ଷ ସି ଭାର୍ଗବ ପ୍ରତ୍ରିକ୍ରିୟାରେ କହିଥିଲେ ଦେଶରେ ତେଲ ଦର ବଢୁଛି। ଯାହାର ପ୍ରଭାବ କାର ବିକ୍ରି ଉପରେ ପଡ଼ିଛି।



from Odisha Reporter http://bit.ly/2UTTLym

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages