ନ୍ୟୁଜିଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍: ବିପର୍ଯ୍ୟୟ ଘଟାଇଲେ ପ୍ରଣୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ନ୍ୟୁଜିଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍: ବିପର୍ଯ୍ୟୟ ଘଟାଇଲେ ପ୍ରଣୟ

ଅକଲ୍ୟାଣ୍ଡ୍: ଚଳିତ ନ୍ୟୁଜିଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଏଚଏସ୍ ପ୍ରଣୟ ଦ୍ୱିତୀୟ ସିଡ୍ ଟମି ସୁଗିଆର୍ତୋଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି। ଅନ୍ୟପକ୍ଷରେ ଭାରତର ବି. ସାଇ ପ୍ରଣୀତ ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

ଅଣସିଡ୍ ପ୍ରଣୟ ପ୍ରି-କ୍ୱାର୍ଟରଫାଇନାଲରେ ସୁଗିଆର୍ତୋଙ୍କୁ ସିଧାସଳଖ ୨୧-୧୪, ୨୧-୧୨ ଗେମରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ହାସଲ କରିଛନ୍ତି। ଏହି ମୁକାବିଲାକୁ ମାତ୍ର ୩୭ ମିନିଟରେ ଜିତିଥିବା ପ୍ରଣୟ କ୍ୱାର୍ଟରଫାଇନାଲରେ ଜାପାନର କାଣ୍ଟା ସୁନେୟାମାଙ୍କୁ ଭେଟିବେ। ବିଶ୍ୱର ୨୬ ନମ୍ବର ଖେଳାଳି ପ୍ରଣୟ ପ୍ରଥମଥର ପାଇଁ ବିଶ୍ୱର ୧୩ ନମ୍ବର ଖେଳାଳି ସୁଗିଆର୍ତୋଙ୍କୁ ଭେଟିଥିଲେ।

ସେହିପରି ଭାରତର ଅନ୍ୟତମ ତାରକା ପ୍ରଣୀତ ଦ୍ୱିତୀୟ ରାଉଣ୍ଡରେ ଚାଇନାର ଲିନ୍ ଡାନଙ୍କଠାରୁ ୧୨-୨୧, ୧୨-୨୧ ଗେମରେ ପରାସ୍ତ ହୋଇଥିଲେ। ସପ୍ତମ ସିଡ୍ ଲିନ୍ ଡାନ୍ କ୍ୱାର୍ଟରଫାଇନାଲରେ ଇଣ୍ଡୋନେସିଆର ଟପ୍ ସିଡ୍ ଆନ୍ଥୋନୀ ସିନିସୁକା ଗିଣ୍ଟିଙ୍ଗଙ୍କୁ ଭେଟିବେ।

ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ମନୁ ଅଟ୍ଟ୍ରି ଓ ବି. ସୁମିତ୍ ରେଡ୍ଡି ଦ୍ୱିତୀୟ ରାଉଣ୍ଡରେ ସପ୍ତମ ସିଡ୍ ମ୍ୟାଲେସିୟା ଯୋଡ଼ି ଗୋ ଭି. ଶେମ୍ ଓ ତାନ୍ ୱି କିଅଙ୍ଗଙ୍କଠାରୁ ୧୭-୨୧, ୧୯-୨୧ ଗେମରେ ହାରିଯାଇଛନ୍ତି। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଭାରତର ଷ୍ଟାର ଶଟଲର୍ ସାଇନା ନେହ୍ୱାଲ ବିଶ୍ୱର ୨୧୨ ନମ୍ବର ଖେଳାଳି ୱାଙ୍ଗ ଝିୟିଙ୍କଠାରୁ ହାରି ବିଦାୟ ନେଇଥିଲେ।



from Odisha Reporter http://bit.ly/2Wl7m2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages