କଶ୍ମୀର ଠାରୁ ବେଙ୍ଗଲ ସ୍ଥିତି ଆହୁରି ଖରାପ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

କଶ୍ମୀର ଠାରୁ ବେଙ୍ଗଲ ସ୍ଥିତି ଆହୁରି ଖରାପ: ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି। ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାକାର ଦେଇ ମୋଦି ପଶ୍ଚିମବଙ୍ଗର ସ୍ଥିତିକୁ କଶ୍ମୀର ଠାରୁ ଅଧିକ ଭୟଙ୍କର ବୋଲି କହିଛନ୍ତି। ମୋଦି କହିଛନ୍ତି, “କଶ୍ମୀର ହିଂସା ଓ ଆତଙ୍କବାଦୀଙ୍କ ପାଇଁ ଜଣାଶୁଣା। କଶ୍ମୀରରେ ନିକଟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। କିନ୍ତୁ ଗୋଟିଏ ବି ବୁଥରେ ହିଂସାକାଣ୍ଡ ଘଟି ନଥିଲା। ଏହି ସମୟରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେଲା। କିନ୍ତୁ ପଶ୍ଚିମବଙ୍ଗରେ ଶହଶହ ଲୋକ ହିଂସାକାଣ୍ଡ ଯୋଗୁ ପ୍ରାଣ ହରାଇଲେ। ଯିଏ ନିର୍ବାଚନରେ ଜିତିଲେ, ସେମାନଙ୍କ ଘର ଜାଳି ଦିଆଗଲା। ସେମାନଙ୍କୁ ଭୟରେ ପଡ଼ୋଶୀ ରାଜ୍ୟରେ ଲୁଚିବାକୁ ପଡ଼ିଲା। ସେଭଳି ଲୋକଙ୍କର ଗୋଟିଏ ଭୁଲ ଥିଲା ଯେ ସେମାନେ ନିର୍ବାଚନରେ ଜିତିଥିଲେ।

ଏହି ସମୟରେ ଲୋକତନ୍ତ୍ରର କଥା କହୁଥିବା ଲୋକମାନେ ଚୁପ୍‌ ରହିଥିଲେ। ମମତା ବାନାର୍ଜୀଙ୍କୁ ବିଜେପି, ବାମପନ୍ଥୀ କିମ୍ବା କଂଗ୍ରେସ ପକ୍ଷରୁ ଭୟ ନାହିଁ। ସେ ବେଙ୍ଗଲର ଲୋକଙ୍କୁ ଡରୁଛନ୍ତି। ନର୍ବାଚନ ପୂର୍ବରୁ ବିଜେପିର ନେତାମାନଙ୍କୁ ପଶ୍ଚିମବଙ୍ଗରେ ରାଲି କରିବାକୁ ଅନୁମତି ଦିଆଯାଉ ନାହିଁ। ପ୍ରଧାନମନ୍ତ୍ରୀଙ୍କ ସଭାକୁ ରଦ୍ଦ କରାଯାଉଛି। ବିବାଦ ପରେ ରାତି ୯ଟାରେ ଅନୁମତି ଦିଆଯାଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରାକୁ ବାତିଲ କରିଦିଆଯାଉଛି। ଯଦି ବି ଶୋଭାଯାତ୍ରା ହେଉଛି, ଏହା ଉପରେ ମମତାଙ୍କ ଲୋକମାନେ ଆକ୍ରମଣ କରୁଛନ୍ତି। ଏହାର ଜବାବ ଲୋକମାନେ ଦେବେ।”



from Odisha Reporter http://bit.ly/2YwJsCp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages