୧୬ ବର୍ଷ ପରେ ଏମିତି ଢଙ୍ଗରେ ଆଉଟ୍‌ ହେଲେ ସୋଏବ ମାଲିକ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

୧୬ ବର୍ଷ ପରେ ଏମିତି ଢଙ୍ଗରେ ଆଉଟ୍‌ ହେଲେ ସୋଏବ ମାଲିକ, ଦେଖନ୍ତୁ ଭିଡିଓ

ଟ୍ରେଣ୍ଟ ବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ପାକିସ୍ତାନର ଅଲରାଉଣ୍ଡର ସୋଏବ ମାଲିକ ବେଶ ନିଆରା ଢଙ୍ଗରେ ଆଉଟ୍‌ ହୋଇଛନ୍ତି। ମ୍ୟାଚ୍‌ର ୪୭ତମ ଓଭର୍‌ରେ ୪୧ ରନ୍‌ କରି ବ୍ୟାଟିଂ କରୁଥିବା ମାଲିକ ନିଜ ବ୍ୟାଟ୍‌ରେ ହିଁ ୱିକେଟ୍‌କୁ ପିଟି ହିଟ୍‌ ୱିକେଟ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ୪୭ତମ ଓଭର୍‌ରେ ଇଂଲଣ୍ଡର ମାର୍କ ଉଡ୍‌ ବୋଲିଂ କରୁଥିଲେ।

ସେତେବେଳକୁ ସୋଏବ ୨୬ଟି ବଲ୍‌ରେ ୪୧ ରନ୍‌ କରିଥିଲେ। କିନ୍ତୁ ସେ ବଲ୍‌କୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲ୍‌ ବଦଳରେ ଅଫ୍‌ଷ୍ଟିକ୍‌କୁ ବ୍ୟାଟରେ ପିଟି ଦେଇଥିଲେ। ସୋଏବ ଏଭଳି ଢଙ୍ଗରେ ଦୀର୍ଘ ୧୬ ବର୍ଷ ତଳେ ଥରେ ଆଉଟ୍‌ ହୋଇଥିଲେ। ୨୦୦୩ ମସିହା ମେ’ ୧୮ ତାରିଖରେ ସୋଏବ ଶ୍ରୀଲଙ୍କା ସ୍ପିନର ମୁଥିଆ ମୂରଲିଧରନଙ୍କ ବଲ୍‌ରେ ସମାନ ଢଙ୍ଗରେ ହିଟ୍‌ ୱିକେଟ୍‌ ହୋଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2WOAlMU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages