ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଅଭ୍ୟାସ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଅଭ୍ୟାସ ମନା

ନୂଆଦିଲ୍ଲୀ: ବିଶ୍ୱକପ୍‌ ପାଇଁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ବାକି ରହିଛି। ଏଥିପାଇଁ ଟିମ୍‌ ଇଣ୍ଡିଆ ଆସନ୍ତା ୨୨ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ହେଲେ ବିସିସିଆଇ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ବେଶ ନିଆରା ଢଙ୍ଗରେ ପ୍ରସ୍ତୁତ କରୁଛି।

ଖେଳାଳିମାନଙ୍କ ଅଭ୍ୟାସ୍‌ ବା ନେଟ ପ୍ରାକ୍ଟିସକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ୨୧ ତାରିଖ ପୂର୍ବରୁ ସେମାନେ ପରିବାର ବର୍ଗଙ୍କ ସହ ସମୟ ବିତାଇବା ସହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

୨୨ ତାରିଖରେ ବିଶ୍ୱକପ୍‌ ଟିମ୍‌ ଇଂଲଣ୍ଡ ଗସ୍ତ କରିବ। ଏଥିପାଇଁ ସବୁ ଖେଳାଳିଙ୍କୁ ୨୧ ତାରିଖରେ ମୁମ୍ବାଇ ଠାରେ ଏକାଠି ହେବାକୁ କୁହାଯାଇଛି। ଏହା ପୂର୍ବରୁ ସବୁ ଖେଳାଳିଙ୍କୁ ପରିବାର, ପତ୍ନୀ ଓ ବନ୍ଧୁମାନଙ୍କ ସହ ସମୟ ବିତାଇବାକୁ କୁହାଯାଇଛି। ଏହାଦ୍ୱାରା ଖେଳାଳିଙ୍କ ମାନସିକ ପ୍ରସ୍ତୁତି ଅଧିକ ଭଲ ଭାବରେ ହୋଇପାରିବ।

ବିସିସିଆଇର ଏହି ପରାମର୍ଶ ପରେ ଖେଳାଳିମାନେ ମଧ୍ୟ ଛୁଟି କାଟିବାରେ ବ୍ୟସ୍ତ ରହିଛନ୍ତି। ରୋହିତ ଶର୍ମା ମାଳଦ୍ୱୀପରେ ରହିଥିବା ବେଳେ ୟୁଜଭେନ୍ଦର ଚହଲ ଗୋଆରେ ଛୁଟି କାଟୁଛନ୍ତି। ସେହିପରି ବିରାଟ୍‌ କୋହଲି ପାରାଗୁଏରେ ରହିଛନ୍ତି। ସମସ୍ତ ଖେଳାଳି ଆସନ୍ତାକାଲି ସୁଦ୍ଧା ନିଜ ନିଜ ଘରକୁ ଫେରିବେ।

ଖେଳାଳିଙ୍କୁ ଏଭଳି ଛୁଟିରେ ଯିବାକୁ ଟିମ୍‌ର ସପୋର୍ଟ ଷ୍ଟାଫ୍‌ମାନେ ବିସିସିଆଇକୁ କହିଥିଲେ। ବିଶ୍ୱକପ ପୂର୍ବରୁ ଖେଳାଳିମାନଙ୍କ ପାଇଁ ଛୋଟିଆ ଅଭ୍ୟାସ୍‌ ଶିବିରର ଆୟୋଜନ ହେବାର ଥିଲା। କିନ୍ତୁ ଖେଳାଳିମାନେ ଆଇପିଏଲ୍‌ ଖେଳିଥିବାରୁ ପୁଣିଥରେ ସେମାନଙ୍କୁ ଅଭ୍ୟାସ୍‌ ପାଇଁ ଡାକିବା ଠିକ୍‌ ହେବନାହିଁ ବୋଲି ବିସିସିଆଇ ହୃଦୟଙ୍ଗମ କରିଥିଲା। ତେଣୁ ଖେଳାଳିଙ୍କୁ ଛୁଟି କାଟିବାକୁ ଅନୁମତି ମିଳିଥିଲା।



from Odisha Reporter http://bit.ly/2Hohgfa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages