ହୋଟେଲ୍‌ରେ ଖାଇବା ବେଳେ ମହିଳାଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ହୋଟେଲ୍‌ରେ ଖାଇବା ବେଳେ ମହିଳାଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର!

ନୂଆପଡ଼ା (ମୟାଧର ସରାଫ): ହୋଟେଲରେ ଖାଇବା ବେଳେ ଦୁଇ ଜଣ ମହିଳାଙ୍କୁ ନୂଆପଡ଼ା ଜିଲ୍ଲା କୋମନା ବିଡିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାଙ୍କ ସମ୍ପର୍କୀୟ ଆଜି ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ବିଡିଓଙ୍କୁ ଅଟକ ରଖିଛି। ତେବେ ବିଡିଓ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ନୂଆପଡ଼ା ଅଞ୍ଚଳର ରାଜେଶ ଗତକାଲି ରାତି ପ୍ରାୟ ୧୧ଟା ବେଳେ ତାଙ୍କ ସ୍ତ୍ରୀ, ଭାଇ ଓ ଭାଉଜଙ୍କ ସହ ଏକ ହୋଟେଲ୍‌କୁ ଖାଇବାକୁ ଯାଇଥିଲେ। ସେମାନେ ଯେଉଁ ଟେବୁଲ୍‌ରେ ବସିଥିଲେ, ତା’ପାଖ ଟେବୁଲ୍‌ରେ କୋମନା ବିଡିଓ ଶ୍ୟାମଳ ରାୟ ଓ ତାଙ୍କ ସାଙ୍ଗମାନେ ବସି ଖାଉଥିଲେ। ଖାଇବା ବେଳେ ରାଜେଶଙ୍କ ସ୍ତ୍ରୀ ଓ ଭାଉଜଙ୍କୁ ବିଡିଓ ଖରାପ ଦୃଷ୍ଟିରେ ଅନାଉଥିଲେ। ଏପରିକି ଅଶ୍ଲୀଳ ଭାଷାରେ ଗାଳି ଦେଉଥିଲେ। ରାଜେଶ ଏହାର ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଥାନାରେ ହୋଇଥିବା ଏତଲା ଅନୁଯାୟୀ, ପାଟିତୁଣ୍ଡ ଭିତରେ ଶ୍ୟାମଳ ଠିଆ ହୋଇ କହିଥିଲେ,“ମୁଁ ଭୁବନେଶ୍ୱରର ଜଣେ ଗୁଣ୍ଡା। ତୁମର ଦୁଇ ଜଣ ଲେଡିଜଙ୍କୁ ତୁମ ଘରୁ ଉଠାଇ ଆଣିବି। ତୁମ ସମସ୍ତଙ୍କୁ ଗୁଳିକରି ମାରି ଦେବି।”

ତେବେ ରାଜେଶଙ୍କ ଏହି ସବୁ ଅଭିଯୋଗକୁ ବିଡିଓ ଶ୍ୟାମଳ ରାୟ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ସେ ଆଜି ଥାନାକୁ ଆସୁଥିବା ବେଳେ ରାଜେଶଙ୍କ ସମ୍ପର୍କୀୟମାନେ ତାଙ୍କୁ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା।



from Odisha Reporter http://bit.ly/2Hj4v5I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages