ବିଜେପି ନେତ୍ରୀଙ୍କ ବିଳମ୍ବିତ ଖଲାସକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବିଜେପି ନେତ୍ରୀଙ୍କ ବିଳମ୍ବିତ ଖଲାସକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁଙ୍କୁ ବିକୃତ ଭାବେ ଉପସ୍ଥାପନ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ଜେଲରୁ ମୁକ୍ତ କରିବା ଘଟଣାରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ଜେଲ୍‌ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଆଜି ୯.୨୦ରେ ପଶ୍ଚିମବଙ୍ଗ ପ୍ରଶାସନ ତାଙ୍କୁ ଜେଲ୍‌ରୁ ଖଲାସ କରିଥିଲା। ଏଭଳି ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଅଧିକ ଗୋଟିଏ ରାତିରେ ଜେଲ୍‌ରେ କାହିଁକି କାଟିବାକୁ ପଡ଼ିଲା ବୋଲି କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ପଚାରିଛନ୍ତି।
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମେଟ ଗାଲା ଇଭେଣ୍ଟରେ ଉଠାଯାଇଥିବା ଫଟୋରେ ମମତାଙ୍କ ମୁହଁ ଯୋଡ଼ି ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ବିଜେପି ଯୁବମୋର୍ଚ୍ଚାରର ନେତ୍ରୀ ପ୍ରିୟଙ୍କା ଶର୍ମା ଶେୟାର କରିଥିଲେ।

ଏଥିପାଇଁ ଶୁକ୍ରବାର ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ଆଜି ପ୍ରିୟଙ୍କାଙ୍କ ଓକିଲ ଏନ୍‌କେ କୌଲ ସୁପ୍ରିମକୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପ୍ରିୟଙ୍କାଙ୍କୁ ଆଜି ସକାଳ ୯.୪୦ରେ ମୁକ୍ତ କରାଗଲା। ପଶ୍ଚିମବଙ୍ଗ ପ୍ରଶାସନ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି। ଏହାପରେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲଙ୍କୁ କହିଥିଲେ ଯେ କ’ଣ ପାଇଁ ୯.୪୦ରେ ପ୍ରିୟଙ୍କାଙ୍କୁ ଖଲାସ କରାଗଲା? ଗତକାଲି ଆମେ ତୁରନ୍ତ ଖଲାସ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ଏହି ସମୟରେ ଆପଣ ମଧ୍ୟ ଏଠାରେ ଉପସ୍ଥିତ ରହିଥିଲେ। ଏପରି କି କୋର୍ଟ ଦରକାର ପଡ଼ିଲେ ଅଦାଲତ ଅବମାନନା ନୋଟିସ୍‌ ପଠାଇବାକୁ ଧମକ ମଧ୍ୟ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନ କରିବା ଠିକ୍‌ ନୁହେଁ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ।

ଏହି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କହିଥିଲେ, “ ଜେଲ୍‌ କର୍ତ୍ତୃପକ୍ଷ ତୁରନ୍ତ ରିଲିଜ୍‌ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଦଳରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ତେଣୁ ଏପରି ବିଳମ୍ବ ହେଲା।”
ଅନ୍ୟପକ୍ଷରେ ଜାମିନ୍‌ ପାଇଁ କୋର୍ଟ ପ୍ରିୟଙ୍କାଙ୍କ ଆଗରେ ରଖିଥିବା କ୍ଷମା ସର୍ତ୍ତର ଶୁଣାଣି ଆସନ୍ତା ଜୁଲାଇ ମାସରେ କରିବେ ବୋଲି କହିଛନ୍ତି।



from Odisha Reporter http://bit.ly/2YA3YSR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages