
ସୋର (ଶଶିକାନ୍ତ ବେହେରା): ଭୁଲ୍ ଇଞ୍ଜେକସନ୍ ଯୋଗୁ ଏକ ଘରୋଇ କ୍ଲିନିକ୍ରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଘଟିଛି ଏହି ଘଟଣା।
ମୃତକଙ୍କ ନାଁ ସସ୍ମିତା ଦାସ(୨୦)। ତାଙ୍କ ଘର ବାଗୁଡ଼ି ଅଞ୍ଚଳରେ।
ସସ୍ମିତାଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ତେଣୁ ସେ ଆଜି ସକାଳେ ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକ୍କୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହା ପରେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ୍ କିଣି ଆଣିବାକୁ କହିଥିଲେ। ସେ ନିକଟରେ ଥିବା ମେଡିସିନ୍ ଷ୍ଟୋରରୁ ଇଞ୍ଜେକସନ୍ ଆଣି ଡାକ୍ତରଙ୍କୁ ଦେଖାଇଥିଲେ। ଏହାପରେ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା।
ଏହି ଘଟଣାକୁ ନେଇ ସସ୍ମିତାଙ୍କ ପରିବାର ଲୋକେ କ୍ଲିନ୍କ୍ ଆଗରେ ପାଟିତୁଣ୍ଡ କରିଥିଲେ। ଏପରିକି ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
from Odisha Reporter http://bit.ly/2HrKdah
No comments:
Post a Comment