ମିଡିଆ ପ୍ରତିନିଧିଙ୍କୁ ବାଡ଼େଇଲେ ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ମିଡିଆ ପ୍ରତିନିଧିଙ୍କୁ ବାଡ଼େଇଲେ ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ!

ପାଟନା: ଲୋକସଭା ନିର୍ବାଚନର ଆଜି ଅନ୍ତିମ ଦିନ। ସପ୍ତମ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ବିହାରର ରାଜଧାନୀ ପାଟନାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷର ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ତେଜ ପ୍ରତାପ କହିଛନ୍ତି, ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ପାଇଁ ପ୍ରୟାସ ହୋଇଥିଲା।

ସୂଚନା ଥାଉ କି ତେଜ ପ୍ରତାପ ଯାଦବ ଆଜି ଭୋଟ ଦେଇ ସାରି ବୁଥରୁ ବାହାରୁଥିଲେ। ଏହି ସମୟରେ ତାଙ୍କ କାର ଆଗକୁ ଜଣେ କ୍ୟାମେରାମ୍ୟାନ ପଳାଇ ଆସିଥିଲେ। ଏହାପରେ କ୍ୟାମେରାମ୍ୟାନ ଜଣଙ୍କ ତେଜ ପ୍ରତାପ ଯାଦବଙ୍କ ଗାଡ଼ିର ସାମ୍ନା କାଚ ଉପରକୁ ନିଜ କ୍ୟାମେରା ଫିଙ୍ଗି ଦେଇଥିଲେ। ଏହାପରେ ତେଜ ପ୍ରତାପଙ୍କ କାରର କାଚ ଭାଙ୍ଗିଯାଇଥିଲା। ଏହାପରେ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି।

ତେଜ ପ୍ରତାପ ଏ ନେଇ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ ସେ ଭୋଟ ଦେଇ ବାହାରକୁ ଆସିଥିଲେ। ଏହାପରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରୁ ସେ ବର୍ତ୍ତିଯାଇଥିବା କହିଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ସୁରକ୍ଷାକର୍ମୀ ଆକ୍ରମଣର ଶିକାର ହୋଥିବା ସେ କହିଛନ୍ତି। ଏହାକୁ ନେଇ ତେଜ ପ୍ରତାପ ଯାଦବ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।



from Odisha Reporter http://bit.ly/2WShfWl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages