ନିର୍ବାଚନ ଜିତିବାକୁ ଅର୍ଥ କି ବାହୁବଳ ନୁହେଁ, ଜନତା ଭାଗ୍ୟ ନିୟନ୍ତା: ପ୍ରମାଣ କଲେ ମକରନ୍ଦ ମୁଦୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ନିର୍ବାଚନ ଜିତିବାକୁ ଅର୍ଥ କି ବାହୁବଳ ନୁହେଁ, ଜନତା ଭାଗ୍ୟ ନିୟନ୍ତା: ପ୍ରମାଣ କଲେ ମକରନ୍ଦ ମୁଦୁଲି

ରାୟଗଡ଼ା(ମନୋଜ ପାତ୍ର): ବ୍ୟୟବହୁଳ ନିର୍ବାଚନ ଯୁଦ୍ଧର ପରମ୍ପରା ଭିତରେ ଭିନ୍ନ ଜଣେ ଯୋଦ୍ଧା ହେଉଛନ୍ତି ମକରନ୍ଦ ମୁଦୁଲି। ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ହେଲେ ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ସେ ଜନତାଙ୍କ ଭାଗ୍ୟବିଧାତା ପାଲଟି ଯାଇଛନ୍ତି। ରାୟଗଡ଼ା ବିଧାନସଭାର ଏହି ଝୋଡ଼ିଆ ସଂପ୍ରଦାୟର ସ୍ୱାଧୀନ ପ୍ରାର୍ଥୀ ନିଜର ଅକ୍ଲାନ୍ତ ସଂଘର୍ଷ ବଳରେ ହଜାର ହଜାର ଭୋଟ୍‌ରେ ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପରାସ୍ତ କରି ବନି ଯାଇଛନ୍ତି ବିଧାୟକ।

ଓଡ଼ିଶା ଇଲେକ୍‌ସନ ୱାଚ୍‌ ତଥ୍ୟ ଅନୁଯାୟୀ, ସବୁଠୁ ଗରିବ ପ୍ରାର୍ଥୀ ହେଉଛନ୍ତି ରାୟଗଡ଼ାର ମକରନ୍ଦ ମୁଦୁଲି। ନିର୍ବାଚନ ସମୟରେ ତାଙ୍କ ପାଖରେ ଥିଲା ମାତ୍ର ୧୫ ହଜାର ଟଙ୍କା। ଏଭଳି ସ୍ଥିତିରେ ତାଙ୍କ ବିପକ୍ଷରେ ଥିଲେ ଏକାଧିକ ପୁଞ୍ଜିପତି ନେତା। ତଥାପି ସେସବୁକୁ ଖାତିର ନକରି ନିଜ ଲୋକଙ୍କୁ ଧରି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରୁଥିଲେ ମକରନ୍ଦ। ପାଖରେ ଅର୍ଥ ନଥିବାରୁ କିଏ ତାଙ୍କ ପାଇଁ ଲିଫଲେଟ୍‌ ଛପାଇ ଦେଇଥିଲେ ତ ଆଉ କିଏ ନିଜ ଗାଡ଼ିରେ ନିଜେ ତେଲ ପକାଇ ପ୍ରତି ବୁଥ୍‌କୁ ଯାଇ ପ୍ରଚାର କରିଥିଲେ। ଶେଷରେ ଏହି ଅଭିନବ ଅଭିଯାନ ଭିତରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ୪, ୮୩୮ ଭୋଟରେ ପରାସ୍ତ କରି ବାଜି ମାରିଥିଲେ ମନ୍ଦରନ୍ଦ।

ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିଧାରୀ ମକରନ୍ଦ ଛାତ୍ର ଜୀବନରୁ ଜାରି ରଖିଥିଲେ ନିଜର ସଂଘର୍ଷର ଯାତ୍ରା। ଛାତ୍ର ଆନ୍ଦୋଳନରୁ ଆରମ୍ଭ କରିଥିଲେ କ୍ୟାରିୟର। ଏହାପରେ ୨୦୦୦ ମସିହାରେ ପାଦ ଦେଇଥିଲେ ପ୍ରତ୍ୟକ୍ଷ ରାଜନୀତିରେ। ୨୦୦୦ ଓ ୨୦୦୪ ମସିହାରେ ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ଆସନରୁ ବହୁଜନ ସମାଜ ପାର୍ଟି ଟିକଟରେ ନିର୍ବାଚନ ଲଢ଼ିଥିଲେ ମକରନ୍ଦ। କିନ୍ତୁ ସେ ସଫଳତା ପାଇନଥିଲେ। ଏହାପରେ କଂଗ୍ରେସରେ ଯୋଗଦେଇ ୨୦୧୪ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ। ଏଥର କିନ୍ତୁ କଂଗ୍ରେସ ଟିକଟ ନଦେବାରୁ ଶେଷରେ ଆତ୍ମବିଶ୍ୱାସ ଓ ଦୀର୍ଘ ବର୍ଷର ଲୋକ ସମ୍ପର୍କକୁ ପାଥେୟ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ସଫଳତା ପାଇଥିଲେ।



from Odisha Reporter http://bit.ly/2WcLzOV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages