ଏସିଆ କପ୍‌ ଆୟୋଜନ କରିବ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଏସିଆ କପ୍‌ ଆୟୋଜନ କରିବ ପାକିସ୍ତାନ

ଇସ୍‌ଲାମାବାଦ: ଆସନ୍ତା ୨୦୨୦ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ପାକିସ୍ତାନ କରିବ। ଦୁଇ ବର୍ଷକୁ ଥରେ ଖେଳାଯାଉଥିବା ଏସିଆ କପ୍‌ ଏଥର ଟ-୨୦ ଫର୍ମାଟରେ ହେବ। ପାକିସ୍ତାନ ଏହାର ଆୟୋଜନ କରୁଥିଲେ ହେଁ ନିଜ ଦେଶରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ। ବରଂ ୟୁଏଇରେ ମ୍ୟାଚ୍‌ ଗୁଡ଼ିକ ଅନୁଷ୍ଠିତ ହେବ।

ମଙ୍ଗଳବାର ଦି ଏସିଆନ୍‌ କ୍ରିକେଟ୍‌ କାଉନସିଲ(ଏସିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟ ପାକିସ୍ତାନକୁ ଏସିଆ କପ୍‌ ଆୟୋଜନ ପାଇଁ ଅନୁମତି ମିଳିଛି। ପାକିସ୍ତାନ ନିଜ ଦେଶରେ ମ୍ୟାଚ୍‌ କରାଇବାକୁ ଦାବି କରିଥିଲା। ହେଲେ ଭାରତ ସହ ଲାଗି ରହିଥିବା ତିକ୍ତତା ଯୋଗୁ ଟିମ୍‌ ଇଣ୍ଡିଆ ସେଠାକୁ ଯିବ ନାହିଁ ବୋଲି ବୈଠକରେ କୁହାଯାଇଥିଲା। ପରେ ପାକିସ୍ତାନ ୟୁଏଇରେ ଏସିଆ କପ୍‌ର ଆୟୋଜନ କରିବ ବୋଲି ରାଜି ହୋଇଥିଲା।

୨୦୦୯ରେ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ପାକିସ୍ତାନ ଯାଇଥିଲା। ଏହି ସମୟରେ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସେବେଠାରୁ ପାକିସ୍ତାନ ୟୁଏଇକୁ ନିଜର ହୋମ ଗ୍ରାଉଣ୍ଡ ଭାବେ ବ୍ୟବହାର କରି ଆସୁଛି। ଏକାଧିକ ଟିମ୍‌ ୟୁଏଇ ଯାଇ ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜ ଖେଳୁଛନ୍ତି।
୨୦୨୦ରେ ଏସିଆ କପ୍ ସେପ୍ଟେମ୍ବର ମାସରେ ଆରମ୍ଭ ହେବ। ଏହାପରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବ।



from Odisha Reporter http://bit.ly/2IbvCyG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages