ଜିତ ପାଇଁ ବାବାଙ୍କ ଶରଣାପନ୍ନ ହେଲେ ଜୟପ୍ରଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଜିତ ପାଇଁ ବାବାଙ୍କ ଶରଣାପନ୍ନ ହେଲେ ଜୟପ୍ରଦା

ନୂଆଦିଲ୍ଲୀ:  ଦୀର୍ଘ ଦିନର କସରତ ପରେ ଆଜି ହେଉଛି ଫଳ ବାହାରିବାର ଦିନ। ଗଣତି ଆରମ୍ଭ ହୋଇଯାଇଥିବା ବେଳେ ନେତାଙ୍କ ହାର୍ଟବିଟ୍‌ ମଧ୍ୟ ବଢି ଚାଲିଛି। ଆଉ ଫଳ ଜାଣିବାକୁ ସାଧାରଣ ଜନତାଙ୍କ ଉତ୍କଣ୍ଠା। କ’ଣ ହେବ ହେଭିୱେଟ ନେତାଙ୍କ ଭାଗ୍ୟ। କିଏ ପାସ୍‌ କରିବ, ଆଉ କିଏ ହେବ ଫେଲ୍‌। ନିର୍ବାଚନୀ ବୈତରଣୀ ପାର ହେବାକୁ କିଏ ଧ୍ୟାନ ମୁଦ୍ରାରେ ବସିଲେଣି ତ କିଏ କେଉଁଠି ମନ୍ଦିରରେ ପୂଜାର୍ଚ୍ଚନା କଲେଣି। ଆଉ କିଏ ବାବାଙ୍କ ଶରଣରେ ପଶିଲେଣି।

ଏଥିରୁ ବାଦ ପଡି ନାହାନ୍ତି ଉତ୍ତରପ୍ରଦେଶର ଚର୍ଚ୍ଚିତ ରାମପୁର ଲୋକସଭା ଆସନର ଭାଜପା ପ୍ରାର୍ଥୀ ଜୟପ୍ରଦା। ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଘାଇଲା କରୁଥିବା ଏହି ଅଭିନେତ୍ରୀ ଏଥର କିନ୍ତୁ ଲୋକଙ୍କୁ କିପରି ଆକୃଷ୍ଟ କରି ପାରିଛନ୍ତି, ତାହା ଖୁବ୍‌ ଶୀଘ୍ର ଜଣାପଡିଯିବ। ଏହି ଆସନରୁ ତାଙ୍କ ବିରୋଧରେ ଛିଡା ହୋଇଛନ୍ତି ଆଜମ ଖାନ। ବିଏସ୍‌ପି ଓ ସପା ମେଣ୍ଟ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି।

ଗଣତି ହିସାବରେ ଆଜମ୍‌ ଖାନ ଲିଡ କରୁଥିବା ବେଳେ ପଛରେ ପଡିଯାଇଛନ୍ତି ଜୟପ୍ରଦା। ଏକଜିଟ୍‌ ପୋଲ ମଧ୍ୟ ଏହା ହିଁ ପୁର୍ବାନୁମାନ ଲଗାଇଥିଲା। ହେଲେ ଏହାକୁ ମାନିବାକୁ ନାରାଜ ଜୟପ୍ରଦା। ନିଜ୍‌ ଜିତ୍‌ ନିଶ୍ଚିତ ବୋଲି ତାଙ୍କର ରହିଛି ଦୃଢ ବିଶ୍ୱାସ।

ହେଲେ ଉପରକୁ ଦମ୍ଭୋକ୍ତି ଦେଖାଉଥିବା ଏହି  ପରିକ୍ଷାର୍ଥୀ କିନ୍ତୁ ମନ ଭିତରେ ଆଶା ଆଶଙ୍କାର ଦୋଛକିରେ ଛିଡା ହୋଇଛନ୍ତି। ଆଉ ଗାଦି ମୋହରେ ବାବାଙ୍କ ଶରଣାପନ୍ନ ହୋଇଛନ୍ତି। ନିର୍ବାଚନ ବୈତରଣୀ ପାର ହେବା ଆଶାରେ ସେ ବାବା ଲକ୍ଷ୍ମଣଙ୍କ ସମାଧୀ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।

ଜୟପ୍ରଦା ପୂର୍ବଥର ସମାଜବାଦୀ ପାର୍ଟି ଆସନରୁ ନିର୍ବାଚନ ଲଢି ଲୋକସଭାକୁ ଯାଇଥିଲେ। ହେଲେ ଏଥର ପଲଟି ଯାଇଛି ପାଶା। ଠିକ୍‌ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହୋଇ ସେ ଟିକେଟ ହାତେଇବାରେ ମଧ୍ୟ ସକ୍ଷମ ହେଲେ। ହେଲେ ଏକଜିଟ୍‌ ପୋଲ ତାଙ୍କ ବିଜୟ ଉପରେ ଲଗାଇଛି ପ୍ରଶ୍ନବାଚୀ।

ରାମପୁରର ଜନତା ମୁଖ୍ୟତଃ ନାରୀଶକ୍ତି ତାଙ୍କ ସହ ଥିବା ଦମ୍ଭୋକ୍ତିର ସହ କହିଛନ୍ତି ବିଗତ ଦିନର ଏହି  ସୁନ୍ଦରୀ ଅଭିନେତ୍ରୀ।  ଉତ୍ତରପ୍ରଦେଶରେ ଭାଜପା ୫୫ ଲୋକସଭା ଆସନ ଜିତିବ ବୋଲି ରହିଛି ତାଙ୍କ ବିଶ୍ୱାସ।  ଦେଖାଯାଉ କେଉଁ ପାଣି କୁଆଡେ ଯାଉଛି ।



from Odisha Reporter http://bit.ly/2HSh9Yf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages