କେତେବେଳେ କିଏ ଆଗଉଛି, ପୁଣି ପଛଉଛି… ବଢ଼ୁଛି ହୃଦ୍‌ ସ୍ପନ୍ଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

କେତେବେଳେ କିଏ ଆଗଉଛି, ପୁଣି ପଛଉଛି… ବଢ଼ୁଛି ହୃଦ୍‌ ସ୍ପନ୍ଦନ

sambit

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ଆଗରେ ରହିଛି। ତେବେ ଲୋକସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ଆଗପଛ ଚାଲିଛି। କେତେବେଳେ କିଏ ଆଗଉଛି, ତ କେତେବେଳେ ପଛଉଛି।

ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗୁଆ ଅଛନ୍ତି। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ରହିଛନ୍ତି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଆଗୁଆ ଅଛନ୍ତି। କଟକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଗୁଆ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଆଗୁଆ ଅଛନ୍ତି। ଯାଜପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ ଅଛନ୍ତି।

କଳାହାଣ୍ଡି ଲୋକସଭା ଆସନରେ ବସନ୍ତ ପଣ୍ଡା ଆଗୁଆ ଅଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗୁଆ ଅଛନ୍ତି। କୋରାପୁଟ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକ୍ ଆଗୁଆ ଅଛନ୍ତି। ଭଦ୍ରକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଗୁଆ ରହିଛନ୍ତି। ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଆଗୁଆ ଅଛନ୍ତି। କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ ଅଛନ୍ତି।

ସେହିପରି ସ ମ୍ବଲପୁର ଲୋକସଭା ଆସନରେ ଏବେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଆଗୁଆ ଅଛନ୍ତି। ଏଠାରେ କେତେବେଳେ ବିଜେପି ପ୍ରାର୍ଥୀ ନିତୀନ ଶେଖର ଗଙ୍ଗଦେବ ଆଗୁଆ ରହୁଛନ୍ତି ତ କେତେବେଳେ ନଳିନୀକାନ୍ତ।

ବରଗଡ଼ ଲୋକସଭା ଆସନରେ ମଧ୍ୟ ଆଗପଛ ଲାଗି ରହିଛି। ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ କେତେବେଳେ ପଛୁଆ ରହୁଥିବା ବେଳେ ଆଉ କେତେବେଳେ ବିଜେପି ପ୍ରାର୍ଥୀ ସୁରେଜ ପୂଜାରୀ ଆଗୁଆ ରହୁଛନ୍ତି।

ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କିଛି ସମୟ ଆଗୁଆ ରହୁ ଥିବା ବେଳେ କିଛି ସମୟ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଆଗୁଆ ରହୁଛନ୍ତି।

ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ପାଣିକୁ ପଛରେ ପକାଇ ଏବେ ବିଜେଡି ପ୍ରାର୍ଥୀ ମହେଶ ସାହୁ ଆଗୁଆ ଅଛନ୍ତି। ତେବେ ପ୍ରାରମ୍ଭରୁ ରୁଦ୍ର ଆଗରେ ରହିଥିଲେ।

ପୁରୀ ଲୋକସଭା ଆସରେ ବିଜେଡି ପ୍ରାର୍ଥୀ ପୀନାକି ମିଶ୍ର ପ୍ରାରମ୍ଭରୁ ଆଗୁଆ ଥିଲେ। ଏବେ ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର ଆଗୁଆ ଅଛନ୍ତି। ଦୁହିଁଙ୍କ ଭିତରେ କଡ଼ା ଟକ୍କର ହେଉଛି।

ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ ଓରାମ ଏବେ ଆଗୁଆ ଅଛନ୍ତି। କିଛି ସମୟ ପାଇଁ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଆଗୁଆ ଥିଲେ।



from Odisha Reporter http://bit.ly/2VLIOit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages