କଂଗ୍ରେସ ଅମିତ ଶାହଙ୍କୁ ଆଣିବା ଦରକାର: ମେହବୁବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

କଂଗ୍ରେସ ଅମିତ ଶାହଙ୍କୁ ଆଣିବା ଦରକାର: ମେହବୁବା

ନୂଆଦିଲ୍ଲୀ: ଭୋଟ୍‌ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ଏକାକୀ ୨୯୮ଟି ଆସନରେ ଲିଡ୍‌ କରୁଥିବା ବେଳେ ଏନ୍‌ଡିଏ ୩୪୯ଟି ଆସନରେ ଆଗରେ ରହିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟ୍ରେଣ୍ଡକୁ ଦେଖି ବିରୋଧୀ ଆଗୁଆ ନିଜର ପରାଜୟ ସ୍ୱୀକାର କରିସାରିଛନ୍ତି।

ପିଡିପି ମୁଖ୍ୟ ମେହବୁବା ମୁଫତି ଟ୍ୱିଟ୍‌ କରି କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ସେ କହିଛନ୍ତି, “ଏଭଳି ଐତିହାସିକ ବିଜୟ ପାଇଁ ମୋଦିଙ୍କୁ ଶୁଭେଚ୍ଛା। ଆଜିର ଦିନ ବିଜେପି ଏବଂ ତାଙ୍କ ସହଯୋଗୀ ମାନଙ୍କର । ତେବେ କଂଗ୍ରେସ ଅମିତ ଶାହଙ୍କୁ ନିଜ ପାଖକୁ ଆଣିବା ପାଇଁ ବର୍ତ୍ତମାନର ସମୟ ଆହ୍ୱାନ ଦେଇଛି।”

ଅଭିନେତାରୁ ନେତା ହୋଇଥିବା ପ୍ରକାଶ ରାଜ ଟ୍ୱିଟ୍‌ କରି କହିଛନ୍ତି, “ଏହା ମୋତେ ଏକ ଶକ୍ତ ଚାପୁଡ଼ା। ଏବେ ଅନେକ ଗାଳି ଓ ଯନ୍ତ୍ରଣା ମୋତେ ଲୋକମାନେ ଦେବେ। କିନ୍ତୁ ମୁଁ ମୋ ଆଦର୍ଶରୁ ବିଚ୍ୟୁତ ହେବିନାହିଁ। ଧର୍ମ ନିରପେକ୍ଷ ଭାରତ ପାଇଁ ମୁଁ ଯେଉଁ ଲଢ଼େଇ କରୁଛି, ସେ ଦିଗରେ ଉଦ୍ୟମ ଜାରି ରହିବ। ମୋତେ ସମର୍ଥନ କରିବଥିବା ଲୋକଙ୍କୁ ଧନ୍ୟବାଦ ଦେଉଛି।”

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ ମୁଁ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଉଛି। ହେଲେ ପରାଜୟ ବରଣ କରିଥିବା ସମସ୍ତେ ଲୁଜର ନୁହନ୍ତି। ଆମେ ପୂରା ଘଟଣାର ରିଭ୍ୟୁ କରିବୁ। ଏବେ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।”



from Odisha Reporter http://bit.ly/2JxcNcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages