ଇମାମଙ୍କ ଶତକକୁ ଫିକା କଲେ ବେୟାରଷ୍ଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଇମାମଙ୍କ ଶତକକୁ ଫିକା କଲେ ବେୟାରଷ୍ଟୋ

ବ୍ରିଷ୍ଟଲ୍: ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାରଷ୍ଟୋଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଆୟୋଜକ ଟିମ୍ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି।

ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ୍ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ଇଂଲଣ୍ଡକୁ ୧୨ ରନରେ ଜିତିଥିଲା। ତୃତୀୟ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଓପନିଂ ବ୍ୟାଟ୍ସମ୍ୟାନ୍ ଇମାମ୍ ଉଲ-ହକଙ୍କ ଶତକ (୧୫୧) ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୪୪.୫ ଓଭରରେ ୪ ୱିକେଟ୍ ହରାଇ ୩୫୯ ରନ୍ କରି ବିଜୟୀ ହୋଇଥିଲା।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବେୟାରଷ୍ଟୋ ୯୩ ବଲରେ ୧୨୮ ରନ୍ କରିଥିଲେ, ଯେଉଁଥିରେ ୧୫ ଚୌକା ଓ ୫ ଛକା ସାମିଲ୍ ଥିଲା। ତାଙ୍କ ଓପନିଂ ସାଥି ଜେସନ୍ ରୟ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୫୯ ରନ ଯୋଡ଼ିଥିଲେ। ରୟ ୫୫ ବଲରେ ୮ ଚୌକା ଓ ୪ ଛକା ସହ ୭୬ ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଜୋ ରୁଟ୍ (୪୩) ଓ ବେନ୍ ଷ୍ଟୋକ୍ସ (୩୭) ଆବଶ୍ୟକ ଯୋଗଦାନ କରି ଟିମକୁ ବିଜୟ ନିକଟତର କରାଇଥିଲେ।

ମୋଇନ୍ ଅଲୀ ୪୬ (୩୬ ବଲ୍, ୪ ଚୌକା, ୩ ଛକା) ଓ ଅଧିନାୟକ ଇଅନ୍ ମୋର୍ଗାନ୍ ୧୭ (୧୨ ବଲ୍, ୧ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଜୁନେଦ୍ ଖାନ୍, ଇମାଦ ୱାସିମ୍ ଓ ଫହୀମ ଅସରଫ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଆରମ୍ଭ ଖରାପ ରହିଥିଲା। ଗତ ମ୍ୟାଚରେ ଶତକ ମାରିଥିବା ଫକର୍ ଜମାନ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ମଧ୍ୟକ୍ରମରେ ବାବର ଆଜମ (୧୫) ମଧ୍ୟ ନିରାଶ କରିଥିଲେ। କିନ୍ତୁ ଓପର୍ ଇମାନ୍ ଦମଦାର ବ୍ୟାଟିଂ ଜାରି ରଖି ପାକିସ୍ତାନକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତାଙ୍କୁ ମିଡିଲ୍ ଅର୍ଡରରେ ହାରିସ୍ ସୋହେଲ, ଅଧିନାୟକ ସର୍ଫରାଜ ଅହମ୍ମଦ, ଆସିଫ୍ ଅଲୀ ଓ ଇମାଦ୍ ୱାସିମ୍ ଭରପୂର ସହଯୋଗ କରିଥିଲେ।

ଟିମ୍ ସ୍କୋର ୩୧୦ ଥିବା ବେଳେ ଇମାମଙ୍କୁ ଟମ୍ କରାନ୍ ବୋଲ୍ଡ କରିଥିଲେ। ଇମାମ୍ ନିଜର ଶତକୀୟ ଇନିଂସ୍ ମଧ୍ୟରେ ୧୩୧ ବଲ୍ ଖେଳି ୧୬ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିଫ୍ ଅଲୀ ୫୨ (୪୩ ବଲ୍, ୨ ଚୌକା, ୩ ଛକା), ସୋହେଲ୍ ୪୧, ସର୍ଫରାଜ ୨୭, ଇମାଦ୍ ୨୨, ଫହୀମ ଅସରଫ୍ ୧୩ ଓ ହାସାନ୍ ଅଲୀ ଅପରାଜିତ ୧୮ ରନ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ସର୍ବାଧିକ ୪ଟି ଓ ଟମ୍ କରାନ୍ ୨ଟି ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2WKLiPE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages