ପଶ୍ଚିମବଙ୍ଗ ହିଂସା ପାଇଁ ଦାୟୀ କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ପଶ୍ଚିମବଙ୍ଗ ହିଂସା ପାଇଁ ଦାୟୀ କିଏ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କୋଲକାତାରେ ମଙ୍ଗଳବାର ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ନେଇ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଏ ରାଜନୀତି ତୀବ୍ର ହୋଇଛି। ଗଣ୍ଡଗୋଳକୁ ନେଇ ବିଜେପି ଓ ଟିଏମସି ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି।

ଏହି ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି ପାଲଟା ଅଭିଯୋଗ ଆଣିଛି। ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ସେହିପରି ପଶ୍ଚିମବଙ୍ଗରେ ଟିଏମସି ହିଂସାକାଣ୍ଡକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଜେପି ଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣରେ ବସିଛି।

ମଙ୍ଗଳବାର ଅମିତ ଶାହ କୋଲକାତାରେ ‘ସେଭ୍‌ ରିପ୍ଲବିକ୍‌’ ରାଲି କରିଥିଲେ। ଏଥିରେ ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ। ତେବେ କ୍ୟାଲକାଟା ବିଶ୍ୱବିଦ୍ୟାଳୟ ପାଖରେ ଶାହଙ୍କ ରୋଡ୍‌ ଶୋ’ ଯାଉଥିବା ବେଳେ ପ୍ରଥମେ କିଛି କଲେଜ ଛାତ୍ର ଅମିତ ଶାହ ଓ ବିଜେପି ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ଘଟଣାକୁ ନେଇ ବିଜେପି କର୍ମୀମାନେ ଛାତ୍ରମାନଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଉଭୟ ପକ୍ଷ ମୁହାଁମୁହିଁ ହେବାରୁ ପୁଲିସ୍‌ ଘଟଣାରେ ହସ୍ତକ୍ଷେପ କରିଥିଲା।

ଏହି ଘଟଣାର କିଛି ସମୟରେ ଶାହଙ୍କ ରୋଡ୍‌ ଶୋ’ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କଲେଜ୍‌ ଅତିକ୍ରମ କରୁଥିଲା। ଏହି ସମୟରେ କିଛି ଛାତ୍ର ‘ଗୋ-ବ୍ୟାକ୍‌ ଅମିତ ଶାହ’ ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଏହାକୁ ବିରୋଧ କରି ବିଜେପିର କର୍ମୀମାନେ କ୍ୟାମ୍ପସ ମଧ୍ୟରେ ଥିବା ଗାଡ଼ିଗୁଡ଼ିକୁ ପୋଡ଼ାଜଳା କରିବା ସହ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। ଏଥିସହ ସେମାନେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏସବୁ କ୍ୟାମେରାରେ କଏଦ ମଧ୍ୟ ହୋଇଛି। ଛାତ୍ରମାନେ ମଧ୍ୟ ବିଜେପିର ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରିବାରୁ ସେଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହା ବିରୋଧରେ ଆଜି ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ମମତାଙ୍କ ସମେତ ଟିଏମସିର ବରିଷ୍ଠ ନେତାମାନେ ଟ୍ୱିଟରରେ ଏହାର ପ୍ରତିବାଦ ସ୍ୱରୂପ ନିଜର ପ୍ରୋଫାଇଲ୍‌ ଫଟୋ ବଦଳାଇଛନ୍ତି। ବିଜେପିର ଗୁଣ୍ଡାମାନେ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଟିଏମସି ଅଭିଯୋଗ କରିଛି। ସେହିପରି ଟ୍ୱିଟର୍‌ରେ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗରଙ୍କ ଫଟୋ ଟିଏମସିର ନେତାମାନେ ପ୍ରୋଫାଇଲ୍‌ରେ ଦେଇଛନ୍ତି।

ବିଜେପି ବିରୋଧରେ ଛାତ୍ର ସଂଗଠନ ପକ୍ଷରୁ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ କରାଯାଇଛି। ବାମପନ୍ଥୀ ସମର୍ଥିତ ଛାତ୍ର ସଂଗଠନ ଶ୍ରୀ ଶାହଙ୍କ ବିରୋଧରେ ମଧ୍ୟ ପୁଲିସ୍‌ ନିକଟରେ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ଆଜି ଶାହ ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ମୂର୍ତ୍ତି ଭଙ୍ଗା ଘଟଣା ପାଇଁ ଟିଏମସିକୁ ଦାୟୀ କରିଛନ୍ତି।

ଦିନକୁ ଦିନ ପଶ୍ଚିମବଙ୍ଗରେ ହିଂସା ବୃଦ୍ଧି ପାଉଥିବାରୁ ଏହାକୁ ବିଜେପି ବିରୋଧ କରିଛି। ଏଥିପାଇଁ ଆଜି ବିଜେପିର ବିରଷ୍ଠ ନେତାମାନେ ଦିଲ୍ଲୀର ଜନ୍ତରମନ୍ତର ଠାରେ ‘ସେଭ୍‌ ବେଙ୍ଗଲ’ ‘ସେଭ ଡେମୋକ୍ରାସି’ ପୋଷ୍ଟର ଧରି ନିରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସେମାନେ ହାତରେ କଳାପଟି ମଧ୍ୟ ବାନ୍ଧିଥିଲେ।



from Odisha Reporter http://bit.ly/2EcRjNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages