କଂଗ୍ରେସର ଅଭେଦ୍ୟ ଗଡ଼କୁ ଭାଙ୍ଗିଲେ ସ୍ମୃତି ଇରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

କଂଗ୍ରେସର ଅଭେଦ୍ୟ ଗଡ଼କୁ ଭାଙ୍ଗିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଠି ଭଳି କଂଗ୍ରେସର ଅଭେଦ୍ୟ ଦୁର୍ଗ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଆମେଠିରେ ବିଜେପିର ଯାଦୁ ଏମିତି ଚାଲିଲା ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା। କଂଗ୍ରେସ ଓ ବିଶେଷ କରି ନେହରୁ-ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଆମେଠିକୁ ବଞ୍ଚାଇବାରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସକ୍ଷମ ହେଲେ ନାହିଁ। ଏବେ ଆମେଠିରେ କେବଳ ଗୋଟିଏ ନାଁ ଶୁଣିବାକୁ ମିଳୁଛି, ଆଉ ସେଇଟା ହେଲା ସ୍ମୃତି ଇରାନୀ। କ’ଣ ଏହା କେବଳ ଆମେଠିରେ ସ୍ମୃତି ଇରାନୀଙ୍କ ବିଜୟ? କ’ଣ ଆମେଠିବାସୀ ରାହୁଲ ଗାନ୍ଧି କରିଥିବା ଭୁଲ ପାଇଁ ଦଣ୍ଡ ଦେଲେ?

ଆମେଠିରେ ବିଜୟ ପରେ ସ୍ମୃତି ଇରାନୀ ମନ୍ଦିର ଯିବାକୁ ଭୁଲି ନଥିଲେ। ଏଥିସହ ସେ ଏକ ଟ୍ୱିଟ୍‌ ମଧ୍ୟ କରିଥିଲେ। ଯେଉଁଥିରୁ ଏହି ବିଜୟ ତାଙ୍କ ପାଇଁ କେତେ ବଡ଼, ତାହା ଜଣାପଡ଼ୁଛି। ଆମେଠିରେ ନିର୍ବାଚନ ଜିତିବା ସ୍ମୃତିଙ୍କ ପାଇଁ ଆଦୌ ସହଜ ନଥିଲା। କିନ୍ତୁ କଠିନ ପରିଶ୍ରମ ହିଁ ତାଙ୍କୁ ବିଜୟୀ କରିବାରେ ସହାୟକ ହୋଇଛି। ସ୍ମୃତି ଇରାନୀ ଚଳିତ ନିର୍ବାଚନରେ କଂଗ୍ରେସର ରାହୁଲ ଗାନ୍ଧିଙ୍କୁ ୫୪,୭୨୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ସ୍ମୃତିଙ୍କୁ ମୋଟ୍‌ ୪,୬୭,୫୯୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ୪,୧୨,୮୬୭ ଖଣ୍ଡ ଭୋଟ୍‌ ମିଳିଥିଲା। ଆମେଠିରେ ଜିତିବା ପାଇଁ ସ୍ମୃତି ଇରାନୀ ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ଦିନରାତି ପରିଶ୍ରମ କରିଥିଲେ।

ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ରାହୁଲ ଗାନ୍ଧି ନିଜର ପରାଜୟ ସ୍ୱୀକାର କରିଥିଲେ। ଆମେଠିରେ ରାହୁଲଙ୍କ ପରାଜୟ ଏକ ସାଧାରଣ ଘଟଣା ନୁହେଁ। ଏହା କଂଗ୍ରେସକୁ ଶକ୍ତ ଆଘାତ ଦେଇଛି। ରାହୁଲ ଗାନ୍ଧି ୨୦୦୪ରେ ପ୍ରଥମଥର ଆମେଠିରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୪ରେ ସ୍ମୃତି ଇରାନୀଙ୍କୁ ହରାଇ ରାହୁଲ ବିଜୟର ହ୍ୟାଟ୍ରିକ୍‌ ମନାଇଥିଲେ। ରାହୁଲଙ୍କ ପୂର୍ବରୁ ତାଙ୍କ ପିତା ରାଜୀବ ଗାନ୍ଧି ଓ ମା’ ସୋନିଆ ଗାନ୍ଧି ମଧ୍ୟ ଆମେଠିରୁ ଜିତି ସଂସଦକୁ ଯାଇଥିଲେ। ହେଲେ ୨୦୧୯ରେ ବିଜେପି ଓ ସ୍ମୃତି ଇରାନୀ ଏହି ଆସନଟିକୁ ଜିତି ଇତିହାସ ରଚିଛନ୍ତି। ଏଥିସହ ୨୦୧୪ ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ ସକ୍ଷମ ହୋଇଛନ୍ତି।

୧୯୯୮ ପରେ କଂଗ୍ରେସ ଏହି ଆସନରୁ ପ୍ରଥମଥର ନିର୍ବାଚନ ହାରିବାର ବିପର୍ଯ୍ୟୟକୁ ସାମ୍ନା କରିଛି। ତେବେ ୧୯୭୭ରେ ଆମେଠିରେ କଂଗ୍ରେସକୁ ପ୍ରଥମଥର ହାରିବାକୁ ପଡ଼ିଥିଲା। ୧୯୭୭ରେ ଜନତା ପାର୍ଟିର ରବୀନ୍ଦ୍ର ପ୍ରତାପ ସିଂହ କଂଗ୍ରେସର ସଞ୍ଜୟ ଗାନ୍ଧିଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ଥର ୧୯୯୮ରେ ବିଜେପିର ସଞ୍ଜୟ ସିଂହ କଂଗ୍ରେସର କ୍ୟାପ୍ଟେପନ୍‌ ସତୀଶ ଶର୍ମାଙ୍କୁ ହରାଇଥିଲେ। ଏବେ ବିଜେପି ପୁଣିଥରେ ଏହି ଆସନ ଦଖଲ କରିଛି।



from Odisha Reporter http://bit.ly/2I53nC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages