
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ପୂଜା ପାଠ ସମୟରେ ପାନ ବ୍ୟବହାର ହେଉଥିବାର ଆପଣ ଜାଣିଥିବେ। ଅନେକ ଲୋକ ପାନ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। କିନ୍ତୁ ପୂଜା ବେଳେ ପାନ କାହିଁକି ବ୍ୟବହାର ହୁଏ ଆପଣ ଜାଣିଛନ୍ତି କି?
ଆମ ଜୀବନରେ ପାନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ପାନପତ୍ର ଯଦି ଦେବୀ ଦେବତାଙ୍କୁ ସଠିକ ସମୟରେ ଅର୍ପଣ କରାଯାଏ ତାହାଲେ ଏହା ବହୁତ ଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ପାନର ବ୍ୟବହାର କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।
କାରବାରରେ ସଫଳତା ପାଇଁ

ଯଦି ଆପଣଙ୍କର କାରବାର ବା ବ୍ୟବସାୟରେ ସଠିକ ଫଳ ମିଳୁନାହିଁ ତାହାଲେ ଶନିବାର ଦିନ ଆପଣ ଅଶ୍ୱସ୍ଥ ପତ୍ର ଏବଂ ପାଞ୍ଚଟି ପାନ ପତ୍ର ନେଇ ଏକ ସୂତାରେ ବାନ୍ଧି ଆପଣଙ୍କ ଦୋକାନ ବା ଅଫିସ୍ରେ ପୂର୍ବ ଦିଗରେ ଟାଙ୍ଗି ଦିଅନ୍ତୁ। ପୁଣି ତା ପର ଶନିବାର ବାନ୍ଧିଥିବା ପାନ ପତ୍ରକୁ ପାଣିରେ ବିସର୍ଜନ କରିଦିଅନ୍ତୁ। ଏହି ଉପାୟ ଆପଣ ଶନିବାର ହିଁ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ସୁଖ ସମୃଦ୍ଧି ପାଇଁ

ଧାର୍ମିକ ଗ୍ରନ୍ଥରେ ଶ୍ରୀଫଳ ସହ ପାନ ବହୁତ ଶୁଭ ବୋଲି ଧରାଯାଏ। ଯଦି ଆପଣଙ୍କ ଜୀବନରେ ସୁଖ ସମୃନ୍ଧି ଆସୁନାହିଁ। ତାହାଲେ ପୂଜାରେ ଆପଣ ପାନର ବ୍ୟବହାର କରନ୍ତୁ। ଏହାସହ ଆପଣ ଶନିବାର ଦିନ ହନୁମାନଙ୍କୁ ମିଠା ପାନ ଚଢ଼ାନ୍ତୁ। ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଦେବ।
ମନୋଷ୍କାମନା ପୂରା କରିବା ପାଇଁ
ଯଦି ଆପଣ ଭଗବତୀଙ୍କ ଉପାସକ ତାହାଲେ ପ୍ରତି ଶୁକ୍ରବାର ମାଆଙ୍କ ଆରାଧନା ବେଳେ ପାନର ବ୍ୟବହାର କରନ୍ତୁ। ଏହା ସହ ଶୁକ୍ରବାର ମାଆଙ୍କୁ ମିଠା ପାନ ଅର୍ପଣ କରନ୍ତୁ। ଲଗାତାର ସାତଟି ଶୁକ୍ରବାର ଏହିପରି କଲେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।
ବାଧା ବିଘ୍ନ ଦୂର କରିବାକୁ

ଘରକୁ ଆସୁଥିବା ସବୁ ବାଧା ବିଘ୍ନ ଦୂର କରିବାକୁ ବୁଧବାର ଗଣେଶଙ୍କ ମନ୍ଦିର ଯାଇ ପାନ ସହ ସୁପାରି ଏବଂ ଗୁଜୁରାତି ଚଢ଼ାଇବା ଦ୍ୱାରା ଗଣପତି ସବୁ ବାଧା ବିଘ୍ନ ଦୂର କରିଥାନ୍ତି। ଏହା ସହ ଆପଣଙ୍କ ଅଟକିଥିବା କାମ ମଧ୍ୟ ଶୀଘ୍ର ସମାପ୍ତ ହୋଇଥାଏ।
from Odisha Reporter http://bit.ly/2YHt4PJ
No comments:
Post a Comment