ମହିଳା ଟି-୨୦ ଚ୍ୟାଲେଞ୍ଜ୍: ମନ୍ଧାନାଙ୍କ ୯୦, ଟ୍ରେଲବ୍ଲେଜର୍ସ ୧୪୦/୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ମହିଳା ଟି-୨୦ ଚ୍ୟାଲେଞ୍ଜ୍: ମନ୍ଧାନାଙ୍କ ୯୦, ଟ୍ରେଲବ୍ଲେଜର୍ସ ୧୪୦/୫

ଜୟପୁର: ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଟ୍ରେଲବ୍ଲେଜର୍ସ ଓ ସୁପରନୋଭାଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଟ୍ରେଲବ୍ଲେଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୦ ରନ୍ କରିଛି। ଫଳରେ ସୁପରନୋଭାଜକୁ ମ୍ୟାଚ୍ ଜିତିବା ପାଇଁ ୧୪୧ ରନ୍ କରିବାକୁ ପଡ଼ିବ।

ଏହି ମ୍ୟାଚରେ ମନ୍ଧାନା ୬୭ ବଲରେ ୧୦ ଚୌକା ଓ ୩ ଛକା ସହ ୯୦ ରନ୍ କରିଛନ୍ତି। ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ସୁପରନୋଭାଜ୍ ଦଳର କ୍ୟାପଟେନ୍ ହରମନପ୍ରୀତ କୌର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମ୍ୟାଚର ଦ୍ୱିତୀୟ ଓଭରରେ ଓପ୍ନର ସୁଜି ବେଟ୍ସ (୧)ଙ୍କୁ ଅନୁଜା ପାଟିଲ ଆଉଟ୍ କରିଥିଲେ।

ତେବେ ମନ୍ଧାନା ଓ ହର୍ଲିନ୍ ଦେଓଲ ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ (୧୧୯) ଭାଗୀଦାରୀ କରି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ହର୍ଲିନ୍ ୩୬ (୪୪ ବଲ୍, ୩ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଷ୍ଟାଫାନୀ ଟେଲର ୨ ରନ୍ ଓ ଦୀପ୍ତି ଶର୍ମା ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ମନ୍ଧାନାଙ୍କୁ ରାଧା ଯାଦବ ଆଉଟ୍ କରିଥିଲେ। ସୁପରନୋଭାଜ୍ ପକ୍ଷରୁ ରାଧା ଯାଦବ ୨ଟି, ଅନୁଜା ଓ ସୋଫି ଡିଭାଇନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2GYgK6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages