ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀରେ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀରେ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

rajiv gandhi

ନୂଆଦିଲ୍ଲୀ: ଆଜି ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୨୮ ତମ ପୂଣ୍ୟତିଥିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଚଳତି ନର୍ବାଚନରେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବାପା ରାଜୀବ ଗାନ୍ଧିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଯୋଡ଼ି ସମାଲୋଚନା କରିଥିଲେ ମୋଦି। ଏମିତିକି ରାଜୀବ ଗାନ୍ଧି ମୃତ୍ୟୁ ବେଳକୁ ଭ୍ରଷ୍ଟାଚାରୀ ନମ୍ୱର ଓ୍ୱାନ୍ ଥିଲେ ବୋଲି କହିଥିଲେ ନରେନ୍ଦ୍ର ମୋଦି। ଯାହାକୁ ନେଇ କଂଗ୍ରେସ ସମେତ ବିରୋଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବୀରଭୂମି ସ୍ମାରକୀ ସ୍ଥଳକୁ ଯାଇ ଆଜି ସକାଳେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗାନ୍ଧି ପରିବାର ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଏବଂ ଦେଶର ଅନ୍ୟାନ୍ୟ ନେତା ପ୍ରମୁଖ ସ୍ମାରକୀ ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୧୯୯୧ ଆଜିର ଦିନରେ ରାଜୀବଙ୍କୁ ହତ୍ୟା କରିଥିଲା ଶ୍ରୀଲଙ୍କାର ଉଗ୍ରବାଦୀ ସଂଗଠନ ଏଲଟିଟିଇ । ସାଧାରଣ ନିର୍ବାଚନ ପ୍ରଚାର ସମୟରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଜଣେ ମହିଳା ଆସି ରାଜୀବ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶୁଭେଚ୍ଛା ଜଣାଇବାକୁ ଆସିଥିବା ମହିଳା ଜଣଙ୍କ ଛାତିରେ ଆତ୍ମଘାତୀ ବୋମା ଲଗାଇ ଆସିଥିଲା। ସେହି ସମୟରେ ବୋମାଟି ବିସ୍ଫୋରଣ ହେବାରୁ ରାଜୀବଙ୍କ ମୃତ୍ୟୁ ହୋଇଥିଲା । ରାଜୀବ ଗାନ୍ଧିଙ୍କ ଜନ୍ମ ୨୦ ଅଗଷ୍ଟ ୧୯୪୪ରେ ହୋଇଥିଲା । ୧୯୮୪ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ ଗାନ୍ଧି। ରାଜୀବଙ୍କ ନେତୃତ୍ବରେ କଂଗ୍ରେସ୍‌ ୧୯୮୪ ଲୋକସଭା ନିର୍ବାଚନରେ ୫୪୨ସିଟରୁ ୪୧୧ରେ ବିଜୟୀ ହୋଇଥିଲା । ଯାହା ଭାରତ ରାଜନୀତିରେ ବିରଳ ରେକର୍ଡ।



from Odisha Reporter http://bit.ly/2LXascN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages