ସିସିଟିଭି ପାଇଁ କମିଲା ପାସ୍‌ହାର: ସ୍କୁଲ୍‌ ଓ ଗଣଶିକ୍ଷା ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ସିସିଟିଭି ପାଇଁ କମିଲା ପାସ୍‌ହାର: ସ୍କୁଲ୍‌ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ହେଲେ ଗତ ବର୍ଷ ତୁଳନାରେ  ପାସ୍‌ ହାର ନୈରାଶଜନକ ରହିଛି। ଗତ ବର୍ଷ ପାସ୍‌ ହାର  ୭୬.୨୩  ପ୍ରତିଶତ ଥିବା ବେଳେ ଚଳିତ ବର୍ଷ  ତାହା ଖସି ୭୦.୭୮ ପ୍ରତିଶତରେ ପହଞ୍ଚିଛି। ତେଣୁ ଏଥର ପାସ୍‌ ହାର ପାଖାପାଖି ୫.୯ ପ୍ରତିଶତ କମି ଯାଇଛି। ତେବେ ପାସହାର କମିବାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପାରାଲାଲ୍ ସେଟ୍ ପ୍ରଶ୍ନପତ୍ର ସହ ସବ୍‌ଜେକଟିଭ୍‌ ଓ ଅବଜେକ୍‌ଟିଭରେ ୧୫ ନଂ ପାସ୍ ନିୟମ ଲାଗୁ ହୋଇନି। ସେହିପରି କପି ରୋକିବାକୁ ଚଳିତ ବର୍ଷ ରାଜ୍ୟର ପ୍ରାୟ  ୪୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ଏହାଦ୍ୱାରା କପି କରି ପାସ୍‌ କରିବାର ମନୋବୃତ୍ତି ରଖିଥିବା ଛାତ୍ରଛାତ୍ରୀ ଅସଫଳ ହୋଇଥିଲେ ବୋଲି ସଚିବ କହିଛନ୍ତି । ଆସନ୍ତା ବର୍ଷ ମଧ୍ୟ ଶତ ପ୍ରତିଶତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ସଚିବ କହିଛନ୍ତି।

ଏହାବ୍ୟତୀତ ଚଳିତ ବର୍ଷର ପାସ୍‌ ହାର କମିବା ନେଇ ମୁଖ୍ୟତଃ ତିନିଟି କାରଣ ରହିଛି ବୋଲି ସ୍କୁଲ୍‌ ଓ ଗଣଶିକ୍ଷା ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଆମ ରାଜ୍ୟରେ କିଛି ଶିକ୍ଷକ ଏବଂ ପିଲାମାନଙ୍କର କପି କରି ପାସ୍‌  କରିବା ଅଭ୍ୟାସରେ ପରିଣତ ହୋଇଯାଇଛି। ଚଳିତ ବର୍ଷ ଏହାକୁ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିଲା ।

ଚଳିତ ବର୍ଷ ୪୦୦ ପରିକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ଏହା ସହ ସିବିଏସ୍‌ଇ ପାଟର୍ଣ୍ଣରେ ପ୍ରଶ୍ନସେଟ୍‌ଗୁଡ଼ିକ ପ୍ରସ୍ତୁତ କରାଯାଇଥିଲା।  ଫଳରେ ଜଣେ ପିଲାର ଏ ସେଟ୍‌ ପଡିଥିଲେ, ତା ପାଖରେ ଥିବା ଅନ୍ୟ ସବୁ ପିଲାଙ୍କର ସେହି ସେଟ୍‌ର ପ୍ରଶ୍ନପତ୍ର ନଥିବ।

ଆଉ ଏକ ପଦକ୍ଷେପ ମଧ୍ୟ ନିଆଯାଇଥିଲା ଯେ, ପରୀକ୍ଷା ସେଣ୍ଟରଗୁଡ଼ିକ ବଦଳା ଯାଇଥିଲା। ଫଳରେ ପିଲାମାନେ ନିଜ ସ୍କୁଲ୍‌ରେ ପରିକ୍ଷା  ଦେଇ ପାରିନଥିଲେ।

ଏହା ସହ ବହୁ ପିଲା ଅଭ୍ୟାସଗତ ଭାବେ ଭାବିଥିଲେ ଯେ, ଆମେ କପି କରି ପାସ୍‌ କରିଯିବୁ । ଆଉ  ଶିକ୍ଷକମାନେ ମଧ୍ୟ ଭାବିଥିଲେ ପିଲାମାନଙ୍କୁ ଆମେ କପି ଦେଇ ପାସ୍‌ କରାଇଦେବୁ । ହେଲେ ସେମାନଙ୍କୁ ରୋକିବା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଇଥିଲା।

ଚଳିତ ବର୍ଷ ହାଇସ୍କୁଲ୍‌ ପରୀକ୍ଷାରେ ୫ ଲକ୍ଷ ୬୧ ହଜାର ୮୯ ଜଣ ପରିକ୍ଷାର୍ଥୀଙ୍କ ଫଳ ବାହାରିଛି। ସେଥିମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପିଲା ପାସ୍‌ କରିଛନ୍ତି। ଆଉ ୧ ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍‌ ହୋଇଛନ୍ତି। ୮୨ ସ୍କୁଲ୍‌ରେ ରେଜଲ୍ଟ ନିଲ୍‌ ରହିଛି।



from Odisha Reporter http://bit.ly/2WjJ4cU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages