ପୁରୀକୁ ଆସିଲା ଲାଇନ୍; ପ୍ରଥମେ ବଡ଼ଦାଣ୍ଡକୁ ଦିଆଯିବ ବିଦ୍ୟୁତ୍ ସଂଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ପୁରୀକୁ ଆସିଲା ଲାଇନ୍; ପ୍ରଥମେ ବଡ଼ଦାଣ୍ଡକୁ ଦିଆଯିବ ବିଦ୍ୟୁତ୍ ସଂଯୋଗ

puri

ପୁରୀ(ମଧୂସୁଦନ ମିଶ୍ର): ବାତ୍ୟା ‘ଫୋନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଏହାପରେ ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ତେବେ କୌଣସି ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ। ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ। ତା’ପରେ କଚେରୀ, ଅଠରନଳା, ଚାରିନଳା ଓ ବଳିଆପଣ୍ଡା ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

ମେ’ ୩ରେ ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିଥିଲା। ବର୍ଷା ସାଙ୍ଗକୁ ୨୪୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା। ଫଳରେ ପୂରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିଲା। ଶହ ଶହ ସଂଖ୍ୟାର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପଡ଼ିବା ସହ ତାର ଛିଣ୍ଡି ଯାଇଥିଲା। ଏଥିଯୋଗୁ ପୁରୀରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ବିଦ୍ୟୁତ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ୧୨ ଦିନ ପରେ ଗତକାଲି ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା।

ତେବେ ବ୍ୟକ୍ତିଗତ ବିଜୁଳି ସଂଯୋଗ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ କୁହାଯାଇଛି। ତରବର ନ ହୋଇ ଘରକୁ ବିଦ୍ୟୁତ୍ ଯିବା ଯାଏ ଅପେକ୍ଷା କରିବାକୁ କହିଛନ୍ତି ସେସୁର ପୁରୀ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ। ସମସ୍ତ ଯାଞ୍ଚ ପରେ ଘରକୁ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2YrZ6Pn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages