ପୁଲିସ ଏସକର୍ଟ ଦାବି କରି ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀଙ୍କ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ପୁଲିସ ଏସକର୍ଟ ଦାବି କରି ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀଙ୍କ ଭାଇ

prahalad modi

ଜୟପୁର: ପୁଲିସ ଏସକର୍ଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଗତକାଲି ରାଜସ୍ଥାନ ଜୟପୁରର ବଗୁରା ଥାନାରେ ଧାରଣାରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ସେ ଜୟପୁର ଯିବା ପାଇଁ ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ଥାନାରୁ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଇକୁ ଯୋଗାଇ ଦେବାର ନିୟମ ରହିଥିଲା। ହେଲେ ପ୍ରହ୍ଲାଦ ମୋଦି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବଦଳରେ ପୁଲିସ ଏସକର୍ଟ ମାଗିଥିଲେ। ତେବେ ବୁଝାସୁଝା କରିବା ପରେ ଧାରଣାରୁ ଓହରି ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ ପ୍ରହ୍ଲାଦ ମୋଦି।

ଜୟପୁର ପୁଲିସ କମିଶନର ଆନନ୍ଦ ଶ୍ରୀବାସ୍ତବ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରହ୍ଲାଦ ମୋଦି ଜୟପୁର ଯିବାର ଥିଲା। ନିୟମ ଦୃଷ୍ଟିରୁ ତାଙ୍କୁ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସଓ) ଦିଆଯିବା ଲାଗି ନିର୍ଦେଶ ରହିଥିଲା।ହେଲେ ସୁରକ୍ଷା କର୍ମୀଙ୍କୁ ନିଜ କାରରେ ନେବେ ନାହିଁ ବୋଲି କହିବା ସହିତ ଅନ୍ୟ ଏକ ପୁଲିସ ଏସକର୍ଟ ସୁରକ୍ଷା ପାଇଁ ଦାବି କରିଥିଲେ। ହେଲେ ସୁରକ୍ଷା ଅଧିକାରୀ ତାଙ୍କ ସହିତ ଯିବାର ନିୟମ ରହିଥିବାରୁ ଅନ୍ୟ ଏକ ଗାଡି ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ପୁଲିସ କମିଶନର କହିଥିଲେ। ଏହାପରେ ବୁଝାସୁଝା କରିବା ପରେ ପ୍ରହ୍ଲାଦ ମୋଦି ଧାରଣାରୁ ଓହରି ଦୁଇ ପିଏସଓଙ୍କ ସହିତ ଜୟପୁର ଗସ୍ତ କରିଥିଲେ।



from Odisha Reporter http://bit.ly/2HqggWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages