ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ବିପର୍ଯ୍ୟୟ ପରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଛୁଟିଛି। ଆଜି ସୁଦ୍ଧା ୬ ଜଣ ପିସିସି ସଭାପତି ପଦ ଛାଡ଼ି ସାରିଲେଣି। ଝାଡ଼ଖଣ୍ଡ ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ, ଆସାମ ପିସିସି ସଭାପତି ରିପୁନ ବୋରା ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଝାକର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇମେଲ୍ କରି ଦେଇଛନ୍ତି।
ଏହା ପୂର୍ବରୁ ଉତ୍ତରପ୍ରଦେଶ ପିସିସି ମୁଖ୍ୟ ରାଜ ବବ୍ବର, ମହାରାଷ୍ଟ୍ର କଂଗ୍ରେସ ସଭାପତି ଅଶୋକ ଚୌହ୍ୱାଣ ଏବଂ ଓଡ଼ିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପଦରୁ ଇସ୍ତଫା ଦେଇଥିଲେ।
ରାଜ୍ୟରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତିମାନେ ନୈତିକତା ଆଧାରରେ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।
ଗତ ଡିସେମ୍ବର ମାସରେ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିଥିଲା। ହେଲେ ଏହାର ୪ ମାସ ପରେ ସାଧାରଣ ନିର୍ବାଚନରେ ଦଳ ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
from Odisha Reporter http://bit.ly/2WfxAbv
No comments:
Post a Comment