ଗ୍ରେନେଡ୍‌ ମାଡ଼ରେ ୨ ମୃତ, ନିଜକୁ ଦାୟୀ କଲା ଉଲ୍‌ଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଗ୍ରେନେଡ୍‌ ମାଡ଼ରେ ୨ ମୃତ, ନିଜକୁ ଦାୟୀ କଲା ଉଲ୍‌ଫା

ଗୁଆହାଟୀ: ଆସାମ ଗୁଆହାଟୀର ଜୁ’ ରୋଡ୍‌ଠାରେ ହୋଇଥିବା ଏକ ଗ୍ରେନେଡ୍‌ ମାଡ଼ରେ ୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି କର୍ଡନ କରିଛି ଏବଂ ଆହତମାନଙ୍କୁ ସ୍ଥାନୀୟ ଗୁଆହାଟୀ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବାପ-ଝିଅ ଯୋଡ଼ି ଅଛନ୍ତି। ଜଣେ ୨୩ ବର୍ଷର ଯୁବତୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ଆସାମରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନ ଉଲ୍‌ଫା ପକ୍ଷରୁ ଏହାର ମୁଖପାତ୍ର ନ୍ୟୁଜ୍‌୧୮ ବ୍ୟୁରୋକୁ କଲ୍‌ କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ସୂଚନା ମିଳିଛି। କିନ୍ତୁ ଏହା କେତେଦୂର ସତ ତାହା ଜଣାପଡ଼ିନାହିଁ।

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିନ୍ଦା କରିବା ସହ କହିଛନ୍ତି, ଆଜି ସନ୍ଧ୍ୟାରେ ସଂଘଟିତ ଆକ୍ରମଣକୁ ନିନ୍ଦା କରୁଛି। କର୍ତ୍ତୃପକ୍ଷଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଦୃର୍ବୃତ୍ତମାନଙ୍କ ଧରିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି।



from Odisha Reporter http://bit.ly/2WOmIxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages