ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ସେହ୍ୱାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ସେହ୍ୱାଗ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେହ୍ୱାଗ କହିଛନ୍ତି, ପାଣ୍ଡ୍ୟାଙ୍କ ଭଳି ପ୍ରତିଭାଶାଳୀ ଖେଳାଳି ଭାରତୀୟ ଟିମ୍ ପାଖରେ ନାହିଁ। କାରଣ ପାଣ୍ଡ୍ୟା ଏଭଳି ଜଣେ ଖେଳାଳି, ଯାହାଙ୍କର କୌଣସି ବିକଳ୍ପ ନାହିଁ।

ଆଇପିଏଲରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ମୋତେ ବହୁତ ପ୍ରଭାବିତ କରିଛି। ସେ ନିର୍ଭୀକତାର ସହ ବ୍ୟାଟିଂ କରିବା ସହ ବୋଲିଂରେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ଏପରିକି ଜଣେ ଫିଲ୍ଡର ଭାବେ ପାଣ୍ଡ୍ୟାଙ୍କଠାରୁ ଉନ୍ନତ ଆଉ କେହି ନାହାନ୍ତି। ତେଣୁ ବିଶ୍ୱକପରେ ପାଣ୍ଡ୍ୟା ପ୍ରତିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି ସେହ୍ୱାଗ କହିଛନ୍ତି।

ସୂଚନାଯୋଗ୍ୟ, ବିଗତ କିଛି ମାସ ହାର୍ଦ୍ଦିକଙ୍କ ପାଇଁ ବେଶ୍ କଷ୍ଟଦାୟକ ଥିଲା। ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ହାର୍ଦ୍ଦିକ ଓ ତାଙ୍କ ସାଥି ଖେଳାଳି ଲୋକେଶ ରାହୁଲଙ୍କୁ ବିସିସିଆଇ ସସପେଣ୍ଡ କରିଥିଲା। କିନ୍ତୁ ଲୋକପାଳ ଏହି ଦୁଇ ଖେଳାଳିଙ୍କୁ ବିନା ଦଣ୍ଡରେ ଛାଡ଼ି ଦେଇଥିଲେ।

ତେବେ ଏହି ବିବାଦକୁ ଭୁଲି ପାଣ୍ଡ୍ୟା ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲରେ ୧୫ ଇନିଂସରେ ୧୯୧.୪୨ ଷ୍ଟ୍ରାଇକରେଟରେ ୪୦୨ ରନ୍ କରିଛନ୍ତି। ହାର୍ଦ୍ଦିକ ଯଦି ଏହି ଫର୍ମ ବଜାୟ ରଖନ୍ତି, ତାହେଲେ ବିଶ୍ୱକପରେ ଭାରତ ପାଇଁ ପ୍ରମୁଖ ଭୂମିକା ବହନ କରିବେ।



from Odisha Reporter http://bit.ly/2JlvAqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages