
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ବସ୍ଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ୍। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ ଜଣ ଯାତ୍ରୀ।
ଆଜି ଭୋର ସମୟରେ ‘ସାହୁ’ ନାମକ ଏକ ବସ୍ ଭୁବନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ହେଲେ ଉତ୍ତରେଶ୍ୱର ଛକ ନିକଟରେ ବସ୍ଟି ଅଟକିଥିଲା। ସେଥିରୁ ଯାତ୍ରୀମାନେ ଓହ୍ଲାଉଥିଲେ। ଏହି ସମୟରେ ଯାଜପୁରରୁ ବର୍ଦ୍ଧମାନ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ବସ୍ର ପଛ ପଟକୁ ପିଟି ହୋଇଥିଲା। ଏହାପରେ ପାଖରେ ଥିବା ଓଭରବ୍ରିଜ୍ ତଳକୁ ବସ୍ଟି ଝୁଲି ପଡ଼ିଥିଲା।
ବସ୍ ଭିତରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଟ୍ରକ୍ ଓ ବସ୍କୁ ଜବତ କରିଛି।
from Odisha Reporter http://bit.ly/2VMwgwo
No comments:
Post a Comment