ଇମାମଙ୍କ ଧୂଆଁଧାର ଶତକ, ପାକିସ୍ତାନ ୩୫୮/୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଇମାମଙ୍କ ଧୂଆଁଧାର ଶତକ, ପାକିସ୍ତାନ ୩୫୮/୯

ବ୍ରିଷ୍ଟଲ୍: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ଇମାମ୍ ଉଲ୍-ହକଙ୍କ ଧୂଆଁଧାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଛି। ଫଳରେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୫୯ ରନ୍ କରିବାକୁ ପଡ଼ିବ।

ପାକିସ୍ତାନ ପକ୍ଷରୁ ଇମାମ୍ ସର୍ବାଧିକ ୧୫୧ (୧୩୧ ବଲ୍, ୧୬ ଚୌକା, ୧ ଛକା) ରନ୍ କରିଛନ୍ତି। ତେବେ ଟିମର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଆସିଫ୍ ଅଲୀ ୫୨ (୪୩ ବଲ୍, ୨ ଚୌକା, ୩ ଛକା), ହାରିସ୍ ସୋହେଲ୍ ୪୧, ଅଧିନାୟକ ସର୍ଫରାଜ ଅହମ୍ମଦ ୨୭, ଇମାଦ୍ ୱାସିମ୍ ୨୨, ବାବର ଆଜମ ୧୫, ଫହୀମ ଅସରଫ୍ ୧୩ ଓ ହାସାନ୍ ଅଲୀ ଅପରାଜିତ ୧୮ ରନ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ସର୍ବାଧିକ ୪ଟି ଓ ଟମ୍ କରାନ୍ ୨ଟି ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୧୨ ରନରେ ବିଜୟୀ ହୋଇ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡ ୨-୦ରେ ଆଗୁଆ ହେବ।



from Odisha Reporter http://bit.ly/2HkzONt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages