
ନୂଆଦିଲ୍ଲୀ: ୫୧ ଦିନ ଧରି ଚାଲିଥିବା ଆଇପିଏଲର ଦ୍ୱାଦଶ ସଂସ୍କରଣ ଲୋକପ୍ରିୟତାର ଶିଖରରେ ପହଞ୍ଚିଛି। ଚଳିତ ସଂସ୍କରଣରେ ଟ୍ୱିଟରରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ଏବଂ ଦିନକୁ ପ୍ରାୟ ୫ଲକ୍ଷରୁ ଊଦ୍ଧ୍ୱର୍ ଟ୍ୱିଟ୍ ହୋଇଥିଲା। ୨୩ ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ୧୨ ତାରିଖରେ ଶେଷ ହୋଇଥିବା ଆଇପିଏଲର ଏହି ସଂସ୍କରଣରେ ମୋଟ ୨.୭ କୋଟି ଟ୍ୱିଟ୍ ହୋଇଛି, ଯାହା ଗତ ସଂସ୍କରଣ ତୁଳନାରେ ୪୪ ପ୍ରତିଶତ ଅଧିକ।
ଏହିସବୁ ମଧ୍ୟରେ ଗୋଲ୍ଡେନ୍ ଟ୍ୱିଟ୍ ଥିଲା ମୁମ୍ବାଇ ଇଣ୍ଡିଆନ୍ସର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଚେନ୍ନାଇ ସୁପର କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂହଙ୍କୁ ହୋଇଥିବା ଟ୍ୱିଟ୍। ପାଣ୍ଡ୍ୟା ଏହି ଟ୍ୱିଟରେ ଧୋନିଙ୍କୁ ନିଜ ବନ୍ଧୁ ଓ ପ୍ରେରଣାସ୍ରୋତ କରିଥିଲେ। ଏହି ଟ୍ୱିଟକୁ ୧୬ହଜାର ଲୋକ ରି-ଟ୍ୱିଟ୍ କରିଥିଲେ।
ଆଇପିଏଲ୍ ଫାଇନାଲ୍ରେ ଚେନ୍ନାଇ ସୁପର୍ କିଙ୍ଗସ୍କୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ୍ ଜିତିବା ଟ୍ୱିଟରରେ ସର୍ବାଧିକ ଚର୍ଚ୍ଚାର ବିଷୟ ହୋଇଥିଲା। ଏହା ମଧ୍ୟରେ ୬୭ ପ୍ରତିଶତ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଚର୍ଚ୍ଚା ହୋଇଥିବା ବେଳେ ବାକି ୩୭ ପ୍ରତିଶତ ଚେନ୍ନାଇ ଉପରେ ଚର୍ଚ୍ଚା ହୋଇଥିଲା।
ତେବେ ଚେନ୍ନାଇ ଏଭଳି ଏକ ଟିମ୍, ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଛି। ଚେନ୍ନାଇ ଅଧିନାୟକ ଧୋନିଙ୍କୁ ନେଇ ସବାଧିକ ଟ୍ୱିଟ୍ ଆସିଥିବା ବେଳେ ତାଙ୍କ ପରକୁ ବିରାଟ କୋହଲି, ରୋହିତ୍ ଶର୍ମା, ହରଭଜନ ସିଂହ ଓ ଆନ୍ଦ୍ରେ ରସେଲ୍ ରହିଛନ୍ତି।
from Odisha Reporter http://bit.ly/2Voloj6
No comments:
Post a Comment