ଉତ୍ତର ପ୍ରଦେଶରେ କାମ ଦେଉନି ବୁଆ-ବବୁଆ ଯାଦୁ, ବିହାରରେ ବି ଏନ୍‌ଡିଏ ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଉତ୍ତର ପ୍ରଦେଶରେ କାମ ଦେଉନି ବୁଆ-ବବୁଆ ଯାଦୁ, ବିହାରରେ ବି ଏନ୍‌ଡିଏ ଆଗୁଆ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ଅଖିଲେଶ ଯାଦବ ଯେଉଁ ମେଣ୍ଟ କରିଥିଲେ, ତାହା ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ୮୦ଟି ଉତ୍ତର ପ୍ରଦେଶ ଲୋକସଭା ଆସନରୁ ଏକାକୀ ୩୯ଟିରେ ଆଗୁଆ ରହିଛି। ବୁଆ ମାୟାବତୀ ଓ ବବୁଆ ଅଖିଲେଶ ଯାଦବଙ୍କ ଯୋଡ଼ି ମାତ୍ର ୨୬ଟି ଆସନରେ ଆଗରେ ରହିଛନ୍ତି। କଂଗ୍ରେସ କେବଳ ୨ଟି ଆସନରେ ଆଗରେ ରହିଛି। ୨୦୧୪ରେ ବିଜେପି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୭୩ଟି ଜିତିଥିଲା।

ଅନ୍ୟପକ୍ଷରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ଯୋଡ଼ି ବିହାରରେ ନିଜର ଦବଦବା ପ୍ରଦର୍ଶନ କରିଛି। ବିଜେପି ଓ ଜେଡିୟୁ ଯୋଡ଼ି ୪୦ଟି ଲୋକସଭା ଆସନରୁ ୨୯ଟି ଆସନରେ ଆଗରେ ରହିଛି। ସେହିପରି କଂଗ୍ରେସ ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମାତ୍ର ୯ଟି ଲୋକସଭା ଆସନରେ ଅଗ୍ରଣୀ ପାଇଛନ୍ତି।



from Odisha Reporter http://bit.ly/2YG3aeZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages